Odia News Portal

ପାକିସ୍ତାନରେ ବିସ୍ଫୋରଣ,୩୦ ମୃତ

ପାକିସ୍ତାନର ଏକ ମସଜିଦ୍‌ରେ ଆତଙ୍କବାଦୀଙ୍କ ଭୟଙ୍କର ବିସ୍ଫୋରଣ । ବିସ୍ଫୋରଣରେ ୩୦ ଜଣଙ୍କ ଜୀବନ ଯାଇଥିବା ସୂଚନା ରହିଛି । ୫୦ ଜଣ ଗୁରୁତ୍ତର ଆହତ ହୋଇଛନ୍ତି । ପେସୱାରର ଏକ ମସଜିଦରେ ନମାଜ ପାଠ ଚାଲିଥିବାବେଳେ ଏହି ବିସ୍ଫୋରଣ ଘଟିଛି ।
ପେସୱାରର ପୋଲିସଙ୍କ କହିବାନୁସାରେ, ଦୁଇ ଜଣ ଆତଙ୍କବାଦୀ ପ୍ରଥମେ ମସଜିଦକୁ ପଶିବାକୁ ଉଦ୍ୟମ କରିଥିଲେ । ପୋଲିସ ତାଙ୍କୁ ଅଟକାଇବାରୁ ସେ ଗୁଳି ମାରିଥିଲେ । ଏଥିରେ ଜଣେ ପୋଲିସ କର୍ମଚାରୀଙ୍କ ମୃତ୍ୟୁ ହୋଇଛି ।
ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମରାନ ଖାନ୍ ଏହି ଘଟଣାକୁ ଦୃଢ ନିନ୍ଦା କରିଛନ୍ତି ।