Odia News Portal

ଗୁଳିକରି ପୂର୍ବତନ ବ୍ଲକ ଅଧ୍ୟକ୍ଷଙ୍କୁ ହତ୍ୟା

ଗଞ୍ଜାମ: ଗୁଳି ମାଡ଼ରେ ପୂର୍ବତନ ବ୍ଲକ ଅଧ୍ୟକ୍ଷଙ୍କ ମୃତ୍ୟୁ | ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ସୁମଣ୍ଡଳ ଗାଁରେ ଗୁଳିକାଣ୍ଡ | ବେଗୁନିଆପଡା ବ୍ଲକର ପୂର୍ବତନ ବ୍ଲକ ଅଧ୍ୟକ୍ଷ ଦେବରାଜ ସାହୁଙ୍କୁ ଗୁଳିକରି ନିର୍ମମ ହତ୍ୟା | ଗୁଳିକାଣ୍ଡ କରି ଘଟଣା ସ୍ଥଳରୁ ଦୁର୍ବୁତ୍ତ ଫେରାର |ତେବେ ସକାଳୁ ସକାଳୁ ଘଟିଛି ଏହି ନିର୍ମମ ହତ୍ୟାକାଣ୍ଡ |

ସୂଚନାନୁଯାୟୀ, ବୁଧବାର ସକାଳ ପ୍ରାୟ ୮ଟା ୪୫ମିନିଟରେ ସୁମଣ୍ଡଳ ବସଷ୍ଟାଣ୍ଡଠାରେ ଚା ପିଉଥିବା ବେଳେ ଗୁଳିମାଡ ହୋଇଛି । ଦୁର୍ବୁତ୍ତ ମାନେ ଗୁଳି କରି ଫେରାର ହୋଇଯାଇଛନ୍ତି | କିଏ ଓ କାହିଁକି ଗୁଳିମାଡ଼ କଲା ତାହା ସ୍ପଷ୍ଟ ଭାବେ ଜଣା ପଡ଼ିନାହିଁ | ତେବେ ଘଟଣା ସ୍ଥଳରେ ଏସଡ଼ିପିଓ ସୀମା ସ୍ୱାଇଁ ପହଞ୍ଚି ପ୍ରାଥମିକ ତଦନ୍ତ ଆରମ୍ବ କରିଛନ୍ତି | ଶ୍ରୀ ସାହୁ ବେଗୁନିଆପଡା ବ୍ଲକ ବିଜୁ ଜନତା ଦଳର ଜଣେ ବରିଷ୍ଠ ନେତା ଥିଲେ | ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି |