Odia News Portal

ଆନ୍ତର୍ଜାତିକ ହକିରୁ ବିଦାୟ ନେଲେ ଲିଳିମା ମିଞ୍ଜ

ଓଡିଶାର ମହିଳା ହକି ତାରକା ଲିଳିମା ମିଞ୍ଜ ଆନ୍ତର୍ଜାତିକ ହକିରୁ ଅବସର ଘୋଷଣା କରିଛନ୍ତି । ଭାରତୀୟ ମହିଳା ହକି ଦଳ ପାଇଁ ଅନେକ ବର୍ଷ ଖେଳିଆସିଥିଲେ ଲିଳିମା ମିଞ୍ଜ। ତେବେ, ସେ ଘରୋଇ ହକି ମ୍ୟାଚ ଖେଳିବା ଜାରି ରଖିବେ ବୋଲି କହିଛନ୍ତି । ଦକ୍ଷତା ଅନୁସାରେ ଓଡିଶା ହକିର ଉନ୍ନତି ପାଇଁ କାର୍ୟ୍ୟ କରିବେ ବୋଲି ମଧ୍ୟ କହିଛନ୍ତି । ଭାରତୀୟ ହକି ପ୍ରତି ଲିଳିମାଙ୍କ ଅବଦାନକୁ ଭୁଲି ହେବ ନାହିଁ ବୋଲି ହକି ଇଣ୍ଡିଆ ପକ୍ଷରୁ କୁହାଯାଇଛି । ତାଙ୍କର ଭବିଷ୍ୟତ ପାଇଁ ଶୁଭକାମନା ଜଣାଇଛି ହକି ଇଣ୍ଡିଆ ।