Odia News Portal

ସ୍ତ୍ରୀ କୁ ପିଟି ପିଟି ହତ୍ୟା କଲା ସ୍ୱାମୀ

କେନ୍ଦୁଝର:ସ୍ତ୍ରୀକୁ ହତ୍ୟା କରି ଅଭିଯୁକ୍ତ ସ୍ୱାମୀ ଥାନାରେ ଅଟକ । ପୋଲିସ ଘଟଣାରେ ଛାନ୍ଭିନ୍ ଆରମ୍ଭ କରିଛି ।
ସୂଚନାନୁସାରେ, କେନ୍ଦୁଝର ଜିଲ୍ଲା ଟାଉନ ଥାନା ଅଞ୍ଚଳର ଠାକୁରପାଟଣା ମୁଣ୍ଡାସାହିରେ ରହୁଥିଲେ ସ୍ୱାମୀ-ସ୍ତ୍ରୀ । ହଠାତ୍ ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ଆରମ୍ଭ ହେଲା । ଏପରିକି ସୋମବାର ରାତିରେ ସ୍ୱାମୀ ଡିକୁ ମୁଣ୍ଡା ମଦ ପିଇ ଆସି ସ୍ତ୍ରୀ ରଶ୍ମୀ ମୁଣ୍ଡାଙ୍କ ସହ ଝଗଡ଼ା କରିଥିଲେ । ଏଥିରେ ରାଗିଯାଇ ପିଟି ପିଟି ସ୍ତ୍ରୀଙ୍କୁ ହତ୍ୟା କରିଦେଇଛି ସ୍ୱାମୀ ।
ସେପଟେ ପୋଲିସ ଖବର ପାଇଁ ଘଟଣାର ତଦନ୍ତ ଆରମ୍ଭ କରିଛି । ଅଭିଯୁକ୍ତ ସ୍ୱାମୀ ଡିକୁ ମୁଣ୍ଡାକୁ ଟାଉନ ଥାନାରେ ଅଟକ ରଖି ପଚରାଉଚରା କରୁଛି । ଆବଶ୍ୟକ ପଡିଲେ ସାଇଣ୍ଟିଫିକ୍ ଟିମ୍ ସହଯୋଗ ନିଆଯାଇପାରେ ବୋଲି ପୋଲିସ ସୁତ୍ରରୁ ଖବର ମିଳିଛି ।