Odia News Portal

ଭାରସାମ୍ୟ ହରାଇ ଓଲଟିଲା ଟୁରିଷ୍ଟ ବସ୍‌, ୬ ମୃତ

ପୁଣି କଳିଙ୍ଗାଘାଟିରେ ଦୁର୍ଘଟଣା । ଭାରସାମ୍ୟ ହରାଇ ଓଲଟି ପଡିଛି ଟୁରିଷ୍ଟ ବସ୍ । ଦୁର୍ଘଟଣାରେ ୬ ଜଣଙ୍କ ଜୀବନ ଯାଇଛି । ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ଦୁର୍ଗାପ୍ରସାଦ ତଥା କଳିଙ୍ଗା ଘାଟି ନିକଟରେ ବଡ ଧରଣର ଦୁର୍ଘଟଣା ଘଟିଛି । ଗତକାଲି ମଧ୍ୟରାତ୍ରରେ ଟୁରିଷ୍ଟ ବସ୍ ଓଲଟି ପଡି ୬ ଜଣଙ୍କର ମୃତ୍ୟୁ ହୋଇଛି । ଦୁର୍ଘଟଣାରେ ପାଖାପାଖି ୪୫ ଜଣ ପର୍ଯ୍ୟଟକ ଆହତ ହୋଇଥିବାବେଳେ ୧୫ ଜଣଙ୍କୁ ବ୍ରହ୍ମପୁର ଏମକେସିଜି ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଦୁର୍ଘଟଣାଗ୍ରସ୍ତ ବସଟି ପଶ୍ଚିମବଙ୍ଗର । ଟୁରିଷ୍ଟ ବସଟି ଫୁଲବାଣୀ ଦାରିଙ୍ଗବାଡିରୁ ଭାଇଜାକ ଅଭିମୁଖେ ଯାଉଥିବାବେଳେ ବିଳମ୍ବିତ ରାତିରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ବସରେ ୬୦ରୁ ଅଧିକ ଟୁରିଷ୍ଟ ଥିଲେ । ମୃତାହତ ଯାତ୍ରୀମାନେ ପଶ୍ଚିମବଙ୍ଗ ହାଓଡ଼ା ଅଞ୍ଚଳର ବୋଲି ଜଣାପ଼ଡ଼ିଛି । ମୃତକ ଓ ଗୁରୁତରଙ୍କ ମଧ୍ୟରେ ବହୁ ମହିଳା ଓ ଶିଶୁ ଥିବା ବି ଜଣାଯାଇଛି।