Odia News Portal

ତଦନ୍ତ ପରେ ବିହିତ କାର୍ଯ୍ୟାନୁଷ୍ଠାନ: ପିସିସି ସଭାପତି

ଭୁବନେଶ୍ୱର: ଆଜି କଂଗ୍ରେସ ଭବନରେ ଦୁଇଗୋଷ୍ଠୀ ମୁହାଁମୁହିଁ ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ।ସେ କହିଛନ୍ତି ପୁଙ୍ଖାନୁପୁଙ୍ଖ ତଦନ୍ତ ପରେ ବିଶୃଙ୍ଖଳାକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ | କଂଗ୍ରେସ ଭବନରେ ଆଜି ଦିନ ୧୧ଟାବେଳେ ଓବିସି ସେଲର ବୈଠକ ବସିବାର ଥିଲା । ଓବିସି ସେଲ ଅଧ୍ୟକ୍ଷ ବିଷ୍ଣୁ ବାରିକ ଏହି ବୈଠକ ଡାକିଥିଲେ । ଏଥିରେ ଦଳର ବରିଷ୍ଠ ନେତା ଯୋଗଦେବାର କାର୍ଯ୍ୟକ୍ରମ ମଧ୍ୟ ଥିଲା ।ତେବେ ଏହି ବୈଠକରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଓ ଅନ୍ୟାନ୍ୟ ନେତା ଉପସ୍ଥିତ ଥିଲେ ।

ତେବେ ବୈଠକକୁ ନେଇ ଜଗତସିଂହପୁରର ଆସିଥିବା କଂଗ୍ରେସ ଦୁଇଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ ।ଏହା ସହିତ ଓବିସି ସେଲ୍ ଅଧ୍ୟକ୍ଷ ବିଷ୍ଣୁ ବାରିକଙ୍କୁ ତାଲା ପକାଇ ଦେଇଥିଲେ ଗୋଟିଏ ଗୋଷ୍ଠୀ। ଦଳ ବିରୋଧୀ କାମ ଅଭିଯୋଗରେ ବିଷ୍ଣୁ ବାରିକଙ୍କ ବିରୋଧରେ ସ୍ୱର ଉଠିଛି। ଏନେଇ ୨ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ। ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଓ ବିଧାୟକ ସୁରେଶକୁମାର ରାଉତରାୟ ଦୁଇ ଗୋଷ୍ଠୀଙ୍କୁ ବୁଝାସୁଝା କରିବା ପରେ ଗୋଷ୍ଠୀ କନ୍ଦଳ ଶାନ୍ତ ହୋଇଥିବା ସୂଚନା ମିଳିଛି |