Odia News Portal

ସେନାରେ ସାମିଲ ପାଇଁ ଆହ୍ୱାନ

ଭୁବନେଶ୍ୱର: ସୈନିକ ସ୍କୁଲର ସାମ୍ବାଦିକ ସମ୍ମିଳନୀରେ ନୂଆ ସେନା ଉପମୁଖ୍ୟ ଚଣ୍ଡି ପ୍ରସାଦ ମହାନ୍ତିଙ୍କ ବଡ ବୟାନ । ଭାରତ-ଚୀନ ବିବାଦକୁ ନେଇ ପ୍ରତିକ୍ରିୟାରେ ସେ କହିଛନ୍ତି, ଚୀନ ଭାରତ ଉପରେ ଆକ୍ରମଣ କରିବା ପୂର୍ବରୁ ଶହେ ଥର ଚିନ୍ତା କରିବ । ଭାରତ ସଶକ୍ତ ଏବଂ ପରମାଣୁ ସମ୍ପନ୍ନ ରାଷ୍ଟ୍ର | ଭାରତୀୟ ସେନା ବିଶ୍ୱର ଅନ୍ୟତମ ଶକ୍ତିଶାଳୀ ସେନା । ଏବେ ବିଶ୍ୱରେ ଯୁଦ୍ଧ କୌଶଳରେ ଦ୍ରୁତ ଗତିରେ ପରିବର୍ତ୍ତନ ହେଉଛି । ପଡୋଶୀ ରାଷ୍ଟ୍ର ଚୀନ ନିଜ ସେନାକୁ ଆଧୁନିକକରଣ କରିବା ସହ ପାକିସ୍ତାନ ସେନାକୁ ମଧ୍ୟ ଆଧୁନିକରଣ କରିବାରେ ସହଯୋଗ କରୁଛି । ହେଲେ ପଡୋଶୀ ରାଷ୍ଟ୍ର ଠାରୁ ଭାରତୀୟ ସେନା ଅଧିକ ଆଧୁନିକ । ଭାରତୀୟ ଯବାନ ଯେଉଁ ଅତ୍ୟାଧୁନିକ ଯୁଦ୍ଧାସ୍ତ୍ର ଓ ଉପକରଣ ସବୁ ବ୍ୟବହାର କରୁଛନ୍ତି ତାହା ବେଶ ଶକ୍ତିଶାଳୀ । ଏହାଛଡା ଯେକୌଣସି ପରିସ୍ଥିତିର ମୁକାବିଲା ପାଇଁ ଭାରତୀୟ ଯବାନ ପ୍ରସ୍ତୁତ ବୋଲି କହିଛନ୍ତି ନୂଆ ସେନା ଉପମୁଖ୍ୟ । ସେହିପରି ଅଧିକ ମାତ୍ରାରେ ଓଡିଆ ଗ୍ରାମାଞ୍ଚଳ ଯୁବକ ଯୁବତୀଙ୍କୁ ସେନାରେ ସାମିଲ ହେବାକୁ ଆହ୍ୱାନ ଦେଇଛନ୍ତି ଚଣ୍ଡି ପ୍ରସାଦ ମହାନ୍ତି ।