Odia News Portal

ବାହାଘର ସାଜିପାରେ ବିପଦର କାରଣ


ବର୍ତ୍ତମାନ ଦେଶରେ ବିବାହ ଋତୁ ଚାଲିଛି। ମହାମାରୀ କରୋନାର କୋପ ସାମାନ୍ୟ କମିଥିବାରୁ ଲୋକମାବେ ବେଶ ଧୂମଧାମରେ ବାହାଘର କାର୍ୟ୍ୟକ୍ରମ କରୁଛନ୍ତି। ହେଲେ ଏବେ ଓମିକ୍ରନ ଭୟ ସମସ୍ତଙ୍କୁ ଚିନ୍ତାରେ ପକାଇଛି। ନଭେମ୍ବର ୧୪ରୁ ଡିସେମ୍ବର ୧୩ ମଧ୍ୟରେ ଭାରତର ବିଭିନ୍ନ ସ୍ଥାନରେ ୨୫ ଲକ୍ଷ ବାହାଘର ହେବ। ପୁଲିସ୍ ଓ ପ୍ରଶାସନ ମଧ୍ୟ ଆଗ ଭଳି କାହା ବିରୋଧରେ କାର୍ୟ୍ୟାନୁଷ୍ଠାନ ନେଉନାହାନ୍ତି। ତେବେ ଏପରି ନିୟମ ଉଲ୍ଲଙ୍ଘନ ଆଗାମୀ ଦିନରେ ବଡ଼ଧରଣର ବିପଦକୁ ଟାଣି ଆଣିବ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ଆଶଙ୍କା କରିଛନ୍ତି। ସେମାନେ କହିଛନ୍ତି ଯେ ଗେଷ୍ଟ ହାଉସ୍ ଓ ଅନ୍ୟାନ୍ୟ ସ୍ଥାନରେ ଅନୁଷ୍ଠିତ ବାହାଘରରେ କୋଭିଡ୍ ମାନଦଣ୍ଡକୁ କେହି ବି ପାଳନ କରୁନାହାନ୍ତି। ଏହା ବଢ଼ୁଥିବା ଓମିକ୍ରନ୍ ଭାରିଆଣ୍ଟର ବିପଦ ମଧ୍ୟରେ ବଡ଼ ସମସ୍ୟା ସୃଷ୍ଟି କରିପାରେ।