Odia News Portal

ଆମେରିକା ଯିବେ ମୋଦୀ

ନୂଆଦିଲ୍ଲୀ; ଆସନ୍ତା ସପ୍ତାହରେ ଆମେରିକା ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ୱାଶିଂଟନରେ ଅନୁÂିତ ହେଉଥିବା ଏକ ଶିଖ୍ ସମ୍ମିଳନୀରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ । ଆଜି ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ଏହା ଘୋଷଣା କରାଯାଇଛି । ଜୋ ବାଇଡେନ୍ ଆମେରିକା ରାଷ୍ଟ୍ରପତି ଭାବରେ ପଦଭାର ଗ୍ରହଣ କରିବା ପରେ ମୋଦିଙ୍କ ଏହା ପ୍ରଥମ ଭାରତ ଗସ୍ତ ହେବ। ଉଲ୍ଲେଖନୀୟ ଯେ, ଗତଥର ପ୍ରଧାନମନ୍ତ୍ରୀ ମୋଦି ସେପ୍ଟେମ୍ବର ୨୦୧୯ ରେ ଆମେରିକା ଯାତ୍ରା କରିଥିଲେ। ସେବେଠାରୁ ସେ ତତ୍କାଳୀନ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡୋ ଟ୍ରମ୍ପଙ୍କ ସହିତ ହୁଷ୍ଟନରେ ‘ହାଉଡି ମୋଦି’ କାର୍ୟ୍ୟକ୍ରମରେ ଯୋଗ ଦେଇଥିଲେ।

କ୍ବାଡ ନେତାଙ୍କ ଉପସ୍ଥିତିରେ ହେବାକୁ ଥିବା ଏହି ବୈଠକରେ ମୁକ୍ତ ଓ ସମାବେଶୀ ହିନ୍ଦ୍ ପ୍ରଶାନ୍ତ, ଆଫଗାନିସ୍ତାନ ସଙ୍କଟ ସହିତ ବିଶ୍ବର ସମସାମୟିକ ଚ୍ୟାଲେଞ୍ଜ ଉପରେ ଚର୍ଚ୍ଚା ହେବାର ସମ୍ଭାବନା ରହିଛି। ମନ୍ତ୍ରଣାଳୟର ସୂଚନା ଅନୁସାରେ, ପ୍ରଧାନମନ୍ତ୍ରୀ ୨୪ ସେପ୍ଟେମ୍ବରରେ ଆମେରିକାର ଓ୍ବାଶିଂଟନ୍ ଡିସିରେ ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ସ୍କଟ୍ ମୋରିସନ୍, ଜାପାନର ପ୍ରଧାନମନ୍ତ୍ରୀ ୟୋଶେହିଦେ ସୁଗା ଓ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ସହିତ କ୍ବାଡ ନେତାଙ୍କ ଶିଖର ସମ୍ମିନଳୀରେ ଯୋଗ ନେବେ। ଏହି ସମୟରେ ଆଫଗାନିସ୍ତାନ ପ୍ରସଙ୍ଗ ଉପରେ ଚର୍ଚ୍ଚା ହେବାର ସମ୍ଭାବନା ରହିଛି।