Odia News Portal

ପୁଅ ସାଜିଲା ପିଶାଚ,ଭୁଲିଗଲା ରକ୍ତ ସମ୍ପର୍କ

 ପୁଅ ସାଜିଲା ପିଶାଚ । ଭୁଲିଗଲା ରକ୍ତ ସମ୍ପର୍କ । ସାମାନ୍ୟ ବାଇକ୍ ପାଇଁ ନିଜ ଜନ୍ମ କଲା ବାପାକୁ ବ୍ଲେଡ୍‌ରେ କାଟି ହତ୍ୟା କଲା ପୁଅ । ଢେଙ୍କାନାଳ ଜିଲ୍ଲା ଟାଉନ୍ ଥାନା କୋରିଆଁ ଜୁଆଙ୍ଗ ବସ୍ତିରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଯାହା ଏବେ ପୁରା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି ।

ସୂଚନା ଅନୂସାରେ ଏହି ଅଞ୍ଚଳରେ ଜଣେ ବ୍ୟକ୍ତି ନିଜ ସାନ ପୁଅକୁ ଜମି ବିକି ଏକ ଗାଡି କିଣି ଦେବାରୁ ଘରେ ଲାଗିଥିଲା ତୁମୁଳ କାଣ୍ଡ । ଏହାକୁ ନେଇ ବାପା ସାଙ୍ଗରେ ବାରମ୍ବାର ବଡ଼ ପୁଅ ଝଗଡା କରିଆସୁଥିଲା । ମାତ୍ର ଆଜି ସବୁ ସୀମା ପାର କରିଥିଲା ବଡ଼ ପୁଅର ରାଗ । ରାଗରେ ନିଜ ଜନ୍ମ କଲା ବାପାକୁ ଆଗ ବ୍ଲେଡ୍‌ରେ ତଣ୍ଟି କାଟିବା ପରେ ପୁଣି ପଥରରେ ଛେଚି ଅତି ନିର୍ମମ ଭାବରେ ହତ୍ୟା କରିଥିଲା ବଡ଼ ପୁଅ । ହତ୍ୟା କରି ସାରି ଶବ ପୋଡିବାକୁ ଯିବା ସମୟରେ ହତ୍ୟାକାରୀ ବଡ଼ ପୁଅକୁ ଗିରଫ କରିଛି ପୋଲିସ୍। ବଡ଼ ପୁଅ ସମେତ ତାର ଦୁଇ ସହଯୋଗୀଙ୍କୁ ମଧ୍ୟ ପୋଲିସ୍ ଗିରଫ କରିଥିବା ସୂଚନା ମିଳିଛି ।