Odia News Portal

ଆସନ୍ତାକାଲି ଭାରତୀୟ ପୁରୁଷ ଓ ମହିଳା ହକି ଦଳର ଖେଳାଳୀଙ୍କୁ ସମ୍ବର୍ଦ୍ଧିତ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଟୋକଓ ଅଲିମ୍ପିକ୍ସରେ ଭାରତୀୟ ପୁରୁଷ ହକି ଦଳ ୪୧ ବର୍ଷ ପରେ ପଦକ ଜିତିଛନ୍ତି । ମହିଳା ଦଳ ଯଦିଓ ବ୍ରୋଞ୍ଚ ପଦକରୁ ଅଳ୍ପକେ ବର୍ତ୍ତିଥିଲେ ତଥାପି ଦମଦାର ପ୍ରଦର୍ଶନ କରିଥିଲେ । ଏଣୁ ଖେଳାଳୀଙ୍କୁ ସ୍ୱାଗତ କରିବେ ମୁଖ୍ୟମନ୍ତ୍ରୀ । ଆସନ୍ତାକାଲି ଦିନ ୧୧ଟା ବେଳେ ଭୁବନେଶ୍ବରରେ ପହଞ୍ଚିବେ ଉଭୟ ମହିଳା ଓ ପୁରୁଷ ହକି ଦଳର ଖେଳାଳି। ବିମାନବନ୍ଦର ମୁଖ୍ୟରାସ୍ତାରେ ହକି ଖେଳାଳିଙ୍କୁ ଶୁଭେଛା ଜଣାଇବାକୁ ବଡ ବଡ ପୋଷ୍ଟର ଲାଗିଛି। ସେମାନଙ୍କୁ ଅପରାହ୍ନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ବର୍ଦ୍ଧିତ କରିବେ। ହୋଟେଲ ସାଣ୍ଡି ଟାୱାରରେ ଖେଳାଳିଙ୍କ ପାଇଁ ବ୍ୟାପକ ପ୍ରସ୍ତୁୁତି କରାଯାଇଛି । ଖାଲି ସେତିକି ନୁହେଁ ବିଭିନ୍ନ ଫୁଲରେ ତୋରଣ କରାଯିବା ସହ ସ୍ୱତନ୍ତ୍ର ମେନ୍ୟୁ ପ୍ରସ୍ତୁତ କରାଯାଇଛି । ସେହିପରି ଖେଳାଳିଙ୍କ ହୋଟେଲ ରୁମକୁ ସୁନ୍ଦର ଭାବେ ସଜାଯାଇଛି । ସେପଟେ ହୋଟେଲ ବୟଙ୍କ ଠାରୁ ଆରମ୍ଭ କରି ୱ୍ୱେଟର ପର‌୍ୟ୍ୟନ୍ତ ସମସ୍ତେ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି ଖେଳାଳିଙ୍କୁ । ଟୋକିଓ ଅଲିମ୍ପିକରେ ଗ୍ରେଟ୍ ବ୍ରିଟେନକୁ ହରାଇ ବ୍ରୋଞ୍ଜ ପଦକ ଟିମ ଇଣ୍ଡିଆ ହାସଲ କରିଛି । ତେବେ ଖେଳାଳିଙ୍କ ପାଇଁ ରେଷ୍ଟୁରାଣ୍ଟ ଜିନିଆରେ ମେନ୍ୟୁରେ ସ୍ୱତନ୍ତ୍ର ଧ୍ୟାନ ଦିଆଯାଇଛି । କ୍ୟାପେଟେନ୍ ମନପ୍ରୀତଙ୍କ ପ୍ରଥମ ପସନ୍ଦ ଗାରଲିକ୍ ନାନ୍ ଓ ମଟନ ବିର‌୍ୟିାନୀ । ଏହାସହିତ ଛେନାପୋଡ ମଧ୍ୟ ତାଙ୍କର ବେଶ ପସନ୍ଦ ।