Odia News Portal

୨୪ ଘଣ୍ଟାରେ ହଟିବ ଆପତ୍ତିଜନକ ପୋଷ୍ଟ…

୩ ମାସ ମଧ୍ୟରେ ଲାଗୁ ହେବ ନୂଆ ନିୟମ

ନୂଆଦିଲ୍ଲୀ:ଓଟିଟି, ନ୍ୟୁଜ ପୋର୍ଟାଲ, ସୋସିଆଲ ନେଟୱାର୍କ ପାଇଁ ନୂଆ ନିୟମ । ନିୟମ ଜାରି କରିଛି କେନ୍ଦ୍ର ସୂଚନା ଓ ପ୍ରସାରଣ ବିଭାଗ । ୨୪ ଘଣ୍ଟା ମଧ୍ୟରେ ହଟିବ ଆପତ୍ତିଜନକ ପୋଷ୍ଟ । ସବୁ ମାସରେ ଅଭିଯୋଗ ଓ କାର୍ଯ୍ୟାନୁଷ୍ଠାନ ରିପୋର୍ଟ ଦେବାକୁ ପଡିବ । ନୋଡାଲ ଅଧିକାରୀଙ୍କୁ ମଧ୍ୟ ନିଯୁକ୍ତି ଦେବାକୁ ପଡିବ । ଆଗାମୀ ୩ ମାସ ମଧ୍ୟରେ ଲାଗୁ ହେବ ଏହି ନୂଆ ନିୟମ ।ଏନେଇ କେନ୍ଦ୍ର ମନ୍ତ୍ରୀ ରବିଶଙ୍କର ପ୍ରସାଦ କହିଛନ୍ତି ଯେ, ବିଦେଶୀ ସୋସିଆଲ ମିଡିଆ କମ୍ପାନୀ ଭାରତକୁ ଆସନ୍ତୁ କିନ୍ତୁ ସୋସିଆଲ ମିଡିଆର ଅପବ୍ୟବହରା ଉପରେ ଅଭିଯୋଗ ପାଇଁ ଫୋରମ ରହିବାର ଆବଶ୍ୟକତା ରହିଛି ।

ସେହିପରି ୩ ମାସ ମଧ୍ୟରେ ନୂଆ ଆଇନକୁ କାର୍ଯ୍ୟକାରୀ କରାଯିବ । ରବି ଶଙ୍କର ପ୍ରସାଦ କହିଛନ୍ତି, ଭାରତରେ ହ୍ବାଟ୍ସଅପରେ ୫୩ କୋଟି, ଫେସବୁକର ୪୦ କୋଟି ଏବଂ ଟ୍ବିଟରର ୧ କୋଟି ୟୁଜର ରହିଛନ୍ତି । ତେଣୁ ଭାରତରେ ଏହି କମ୍ପାନୀ ମାନେ ମାତ୍ରାଧିକ ସୁବିଧା ଉଠାଉଛନ୍ତି ଏବଂ ଉପଯୋଗ କରୁଛନ୍ତି ମଧ୍ୟ । କିନ୍ତୁ ଏହା ଉପରେ ଆଇନ ଆଣିବା ଆବଶ୍ୟକ ରହିଥିବା କହିଛନ୍ତି ରବଶିଙ୍କର । ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ କେନ୍ଦ୍ର ମନ୍ତ୍ରୀ କହିଛନ୍ତି, ଅନଲାଇନରେ ପ୍ଲାଟଫର୍ମକୁ ଯେଉଁଭଳି ଉପଯୋଗ କରାଯାଉଛି, ଏବଂ ଯେଉଁ ସବୁ କଣ୍ଟେଟ ପଡୁଛି । ତାହା ଉପରେ ଗାଇଡଲାଇନ ଆଣିବାର ଆବଶ୍ୟକତା ଥିବା ସୁପ୍ରିମକୋର୍ଟ କହିଥିଲେ । ନିର୍ଦ୍ଦେଶ ପରେ ଭାରତ ସରକାର ଏହା ଉପରେ ନିର୍ଦେଶାବଳୀ ଆଣିବାକୁ ଯାଉଛନ୍ତି ।

ସୋସିଆଲ ମିଡିଆ ଅପବ୍ୟବହାର ଗ୍ରହଣ ଯୋଗ୍ୟ ନୁହେଁ । ଆତଙ୍କବାଦୀ ମଧ୍ୟ ସୋସିଆଲ ମିଡିଆର ବ୍ୟବହାର କରୁଛନ୍ତି । ଘୃଣାର ପ୍ରସାରର ମାଧ୍ୟମ ସାଜିଛି ସୋସିଆଲ ମିଡିଆ । ମିଥ୍ୟା ଖବର ପ୍ରସାରଣ ହେଉଛି । ସୋସିଆଲ ମିଡିଆକୁ ହିଂସା, ଭାଷା, ଦୃଶ୍ୟ ଆଧାରରେ ବିଭାଗୀକରଣ କରାଯିବ । ୟୁ, ୟୁ-୭, ୟୁ-୧୩ ଆଧାରକୁ ନେଇ ବିଭାଗୀକରଣ ହେବ ବୋଲି କହିଛନ୍ତି କେନ୍ଦ୍ର ମନ୍ତ୍ରୀ ରବିଶଙ୍କର ।ସେହିଭଳି କେନ୍ଦ୍ର ସୂଚନା ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭଡେକରଙ୍କ ସୂଚନା । ଓଟିଟି ପ୍ଲାଟଫର୍ମ ପାଇଁ ତ୍ରିସ୍ତରୀୟ ବ୍ୟବସ୍ଥା । ଡିଜିଟାଲ ପ୍ଲାଟଫର୍ମର ନିୟମ ପାଳନ କରିବାକୁ ହେବ । ଓଟିଟି ପ୍ଲାଟଫର୍ମର ଲୋକଙ୍କ ସହ କଥାବାର୍ତ୍ତା ହୋଇଛୁ । ସେଲଫ ରେଗୁଲେସନ ସପକ୍ଷରେ ଅଛନ୍ତି ସମସ୍ତେ । ଦର୍ଶକଙ୍କ ବୟସ ଅନୁସାରେ ବର୍ଗୀକରଣ କରାଯିବ ।