Odia News Portal

ଓଏଏସ୍ ସ୍ତରରେ ଛୋଟ ଧରଣର ଅଦଳବଦଳ

ଭୁବନେଶ୍ୱର: ଓଏଏସ ସ୍ତରରେ ଛୋଟ ଧରଣର ଅଦଳବଦଳ । ମଙ୍ଗଳବାର ଏହି ଅଦଳବଦଳ କରିଛନ୍ତି ରାଜ୍ୟ ସରକାର । ରାଜସ୍ୱ ବିଭାଗ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ଅନୁସାରେ ମାହାଙ୍ଗା ତହସିଲଦାର ମଧୂସୂଦନ ନାୟକଙ୍କୁ ଜଗତସିଂପୁର ଉପଜିଲ୍ଲାପାଳ ଭାବେ ବଦଳି କରାଯାଇଥିବା ବେଳେ ବାଲେଶ୍ୱର ଉପଜିଲ୍ଲାପାଳ ତାପସ କୁମାର ସେଠୀଙ୍କୁ ସୁକିନ୍ଦା, ଏକେ ସ୍ୱାଇଁଙ୍କୁ ବ୍ରହ୍ମପୁର, ସିପକ କୁମାର ପାତ୍ରଙ୍କୁ ଦିଗପହଣ୍ଡି ତହସିଲଦାର, ସରୋଜକାନ୍ତ ନାୟକଙ୍କୁ ଭଣ୍ଡାରୀପୋଖରୀ ତହସିଲଦାର, ରବୀନ୍ଦ୍ର କୁମାର ମିଶ୍ରଙ୍କୁ ବ୍ରହ୍ମପୁର ତହସିଲଦାର, ଡ. ନିରଞ୍ଜନ ସାହୁଙ୍କୁ ଛତ୍ରପୁର ତହସିଲଦାର, ବି କୁମ୍ଭାରଙ୍କୁ କଳାହାଣ୍ଡି ଉପଜିଲ୍ଲାପାଳ, ଖଗେଶ୍ୱର ପାତ୍ରଙ୍କୁ ବୀରମହାରାଜପୁର ତହସିଲଦାର, ଏ ଥାତିଙ୍କୁ ବିଜେପୁର ତହସିଲଦାର, ଅଶ୍ୱୀନି କୁମାର ଦାଶଙ୍କୁ ବରଗଡ ଉପଜିଲ୍ଲାପାଳ, ଜେ ବେହେରାଙ୍କୁ ସମଖୁଣ୍ଟା ବିଡିଓ, ଶିଽ୍ରତ ତ୍ରିପାଠୀଙ୍କୁ କେନ୍ଦୁଝର ଉପଜିଲ୍ଲାପାଳ, ସୁବ୍ରତ ଆର୍ ଶତପଥୀଙ୍କୁ ଖୋର୍ଦ୍ଧା ଉପଜିଲ୍ଲାପାଳ, ପବିତ୍ର କୁମାର ସାମଲଙ୍କୁ ଖୋର୍ଦ୍ଧା ସବୁ ରେଜିଷ୍ଟର, ଏ ଅଭିଜିତାଙ୍କୁ ଓଏସ୍ଏସ୍ସି, ଟି ବିଶ୍ୱାଳଙ୍କୁ ସୂଚନା ଏବଂ ଲୋକସମ୍ପର୍କ ବିଭାଗକୁ ଅନୁସଚିବ ଭାବେ ବଦଳି କରାଯାଇଛି ।