Odia News Portal

ନବୀନଙ୍କ ‘ଅମୂଲ୍ୟ’ ଦାନ ବଢାଇଛି ଓଡିଶାର ଗୌରବ

ଭୁବନଶ୍ୱେର: ଅମ୍ଲଜାନ ସଙ୍କଟକୁ ନେଇ ଏବେ ସାରା ଦେଶରେ ଚାଲିଛି ରାଜନୈତିକ ବାକବିତଣ୍ଡା । ବିଭିନ୍ନ ରାଜ୍ୟ ଓ କେନ୍ଦ୍ର ସରକାର କୋର୍ଟ କଚେରୀରେ ପରସ୍ପର ଉପରେ ଦୋଷ ଲଦାଲଦି ହେଉଛନ୍ତି । ଏପରିକି ବିଭିନ୍ନ ହାଇକୋର୍ଟ ଓ ସୁପ୍ରିମକୋର୍ଟ ମଧ୍ୟ କେନ୍ଦ୍ରକୁ ଅକ୍ସିଜେନ ଅଭାବ ପାଇଁ ଦାୟୀ କରି ଭର୍ତ୍ସନା କରୁଛି । ଏ ସବୁ ଭିତରେ ଜଣେ ନିରବ ସାଧକ ଭଳି ଦେଶକୁ ନିଶ୍ୱାସ ଯୋଗାଇଛନ୍ତି ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।ସେ ସବୁୁବେଳେ କହି ଆସିଛନ୍ତି, କଥା ନୁହେଁ କାମରେ ବିଶ୍ୱାସ କରନ୍ତି ।

ସାରା ଦେଶ ଯେତେବେଳେ ଅମ୍ଲଜାନ ପାଇଁ ହାହାକାର ହେଉଛି ସେ ସମୟରେ ସେ ଜଣେ ପ୍ରକୃତ ରାଷ୍ଟ୍ରନାୟକର ଭୂମିକାରେ ଅବତୀର୍ଣ୍ଣ ହୋଇ ଦିଲ୍ଲୀ, ମହାରାଷ୍ଟ୍ର, ଗୁଜରାଟ, ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ, ମଧ୍ୟପ୍ରଦେଶ ଭଳି ଅନେକ ରାଜ୍ୟକୁ ସେମାନଙ୍କର ଅକ୍ସିଜେନ ଆବଶ୍ୟକତାକୁ ମେଣ୍ଟାଇଛନ୍ତି । ମୁଖ୍ୟମନ୍ତ୍ରୀ ନିଜେ ନିଜ ଆଡୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଏ ସଂପର୍କରେ ଆଲୋଚନା କରି ଅକ୍ସିଜେନ ଯୋଗାଣର ପ୍ରକ୍ରିୟା ଆରମ୍ଭ କରିଥିଲେ । ପରବର୍ତ୍ତୀ ସମୟରେ କେନ୍ଦ୍ର ସରକାର ମଧ୍ୟ ଏ ଦିଗରେ ସହଯୋଗର ହାତ ବଢାଇଛନ୍ତି ।

ଦେଶରେ ଗୁରୁତର ସ୍ୱାସ୍ଥ୍ୟଗତ ଜରୁରୀକାଳୀନ ପରିସ୍ଥିତି ସୃଷ୍ଟି ହୋଇଥିଲାବେଳେ ରାଜ୍ୟ-ରାଜ୍ୟ ବିଭେଦ କିମ୍ବା ରାଜନୈତିକ ବାଦବିବାଦର ଊଦ୍ଧ୍ୱର୍କୁ ଉଠି ଉଭୟ କେନ୍ଦ୍ର ଓ ଓଡ଼ିଶା ସରକାର  ଦେଶର ଅକ୍ସିଜେନ ସଂକଟର ମୁକାବିଲା କରୁଛନ୍ତି । ଏଥିପାଇଁ ସୋସିଆଲ୍ ମିଡିଆରେ ବିଭିନ୍ନ ଜାତୀୟ ଗଣମାଧ୍ୟମଠାରୁ ଆରମ୍ଭ କରି ସମାଲୋଚକ ଓ ବୁଦ୍ଧିଜୀବୀ ନବୀନଙ୍କୁ ପ୍ରଶଂସା କରୁଛନ୍ତି । ବିିଶିଷ୍ଟ ସାମ୍ବାଦିକ ପଙ୍କଜ ଝା’ଙ୍କଠାରୁ ଆରମ୍ଭ କରି ପିଙ୍କି ରାଜପୁରୋହିତ ଏବଂ ସୋନା ମହାପାତ୍ର, କିରଣ କୁମାରଙ୍କ ଭଳି ବ୍ୟକ୍ତିମାନେ ମଧ୍ୟ ନବୀନଙ୍କୁ ପ୍ରଶଂସାରେ ପୋତି ପକାଇଛନ୍ତି ।

କରୋନା ସଂକଟ ସମୟରେ ଦେଶକୁ ସାହାଯ୍ୟ କରିବାକୁ ଯାଇ ୮ ରାଜ୍ୟକୁ ଓଡ଼ିଶାରୁ ଅକ୍ସିଜେନ୍ ପଠାଯାଇଛି । ୯୦ଟି ଟ୍ୟାଙ୍କରରେ ୧୬୭୫.୭ ମେଟ୍ରିକ ଟନ୍ ଅକ୍ସିଜେନ୍ ପଠାଇଛି ଓଡ଼ିଶା । ତେଲଙ୍ଗାନାକୁ  ୧୯ଟି ଟ୍ୟାଙ୍କରରେ ୩୨୪.୦୭୯ ମେଟ୍ରିକ ଟନ୍ ଅକ୍ସିଜେନ୍ ପଠାଯାଇଥିବା ବେଳେ ଅ ।ନ୍ଧ୍ର ପ୍ରଦେଶକୁ