Odia News Portal

କରୋନାରେ ବରିଷ୍ଠ ଫୁଟବଲ୍‌ କୋଚ୍‌ ନନ୍ଦକିଶୋର ପଟ୍ଟନାୟକଙ୍କ ପରଲୋକ

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଧିରେ ଧିରେ ବୃଦ୍ଧି ପାଇବାରେ ଲାଗୁଥିବା ସମୟରେ ସଂକ୍ରମିତଙ୍କ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି ।ତେବେ କରୋନା ସଂକ୍ରମଣରେ ବହୁ ବରିଷ୍ଠ ଲୋକଙ୍କର ପରଲୋକ ଘଟୁଥିବା ସମୟରେ ଆଜି ବରିଷ୍ଠ ଫୁଟବଲ୍‌ କୋଚ୍‌ ନନ୍ଦକିଶୋର ପଟ୍ଟନାୟକଙ୍କ କରୋନାରେ ପରଲୋକ ହୋଇଛି। କରୋନାରେ ଆକ୍ରାନ୍ତ ହୋଇ ସେ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ ।

ଗତକାଲି ବିଳମ୍ବିତ ରାତିରେ ନନ୍ଦକିଶୋର ପଟ୍ଟନାୟକଙ୍କ ଦେହାନ୍ତ ହୋଇ ଯାଇଛି । ସେ ଓଡ଼ିଶା ମହିଳା ଫୁଟବଲ ଜଗତର ସ୍ରଷ୍ଟା ଥିଲେ । ସେ ଅନେକ ଅନ୍ତର୍ଜାତୀୟ ମହିଳା ଫୁଟବଲ ଖେଳାଳିଙ୍କୁ ତିଆରି କରିଛନ୍ତି । ଶ୍ରଦ୍ଧାଞ୍ଜଳି ସାମନ୍ତରାୟ, ରଞ୍ଜିତା ମହାନ୍ତି, ସସ୍ମିତା ମାଲିକ, ଜବାମଣି ଟୁଡୁଙ୍କ ଭଳି ଅନେକ ଖେଳାଳିଙ୍କ ସେ କୋଚିଂ ଦେଇ ଅନ୍ତର୍ଜାତୀୟ ଷ୍ଟାର କରିଥିଲେ ।ତାଙ୍କ ଦେହାନ୍ତରେ କ୍ରୀଡା ଜଗତରେ ଶୋକର ଛାୟା ଖେଳି ଯାଇଛି ।