Odia News Portal

ରାଜ୍ୟରେ କମିଲା ସଂକ୍ରମଣ: ଦିନକରେ ୧୦୯୩୯ ପଜିଟିଭ୍

ଭୁବନେଶ୍ୱର: ରାଜ୍ୟରେ ସଂକ୍ରମଣର ମାତ୍ରା ଧିରେ ଧିରେ ବୃଦ୍ଧି ପାଉଥିବା ସମୟରେ ଆଜି ସଂକ୍ରମିତଙ୍କ ସଂଖ୍ୟା କମିଛି । ତେବେ ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୦୯୩୯ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୭୧୪୩୮୦ରେ ପହଞ୍ଚିଛି। ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ୪୭୬୧ ଜଣ ସ୍ଥାନୀୟ ବାସିନ୍ଦା ରହିଥିବା ସମୟରେ ୬୧୭୮ ଜଣ ସଂକ୍ରମିତ କ୍ବାରେଣ୍ଟାଇନ୍‌ରେ ରହିଛନ୍ତି ।

ଆଜି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୨୯୮ ଜଣ, ଅନୁଗୁଳ ଜିଲ୍ଲାରୁ ୮୧୯ଜଣ, ବଲାଙ୍ଗୀର ଜିଲ୍ଲାରୁ ୧୯୫ଜଣ, ଦେଓଗଡ଼ ଜିଲ୍ଲାରୁ ୧୦୦ଜଣ, ଢେଙ୍କାନାଳ ଜିଲ୍ଲାରୁ ୭୬୩ଜଣ, ବୌଦ୍ଧ ଜିଲ୍ଲାରୁ ୩୮୫ଜଣ, କଟକ ଜିଲ୍ଲାରୁ ୯୨୨ଜଣ, ବାଲେଶ୍ୱର ଜିଲ୍ଲାରୁ ୩୬୧ଜଣ, ବରଗଡ଼ ଜିଲ୍ଲାରୁ ୩୨୩ଜଣ, ଭଦ୍ରକ ଜିଲ୍ଲାରୁ ୧୪୨ଜଣ, ଗଜପତି ଜିଲ୍ଲାରୁ ୪୩ଜଣ, ଗଞ୍ଜାମ ଜିଲ୍ଲାରୁ ୨୫୪ଜଣ, ଜଗତସିଂହପୁର ଜିଲ୍ଲାରୁ ୨୯୧ଜଣ, ଯାଜପୁର ଜିଲ୍ଲାରୁ ୫୪୧ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ସେହିଭଳି ନବରଙ୍ଗପୁର ଜିଲ୍ଲାରୁ ୩୬୨ଜଣ, ନୟାଗଡ଼ ଜିଲ୍ଲାରୁ ୨୨୫ଜଣ, ଝାରସୁଗୁଡ଼ା ଜିଲ୍ଲାରୁ ୧୯୧ଜଣ, କଳାହାଣ୍ଡି ଜିଲ୍ଲାରୁ ୨୪୪ଜଣ, କୋରାପୁଟ ଜିଲ୍ଲାରୁ ୨୪୨ଜଣ, ମାଲକାନଗିରି ଜିଲ୍ଲରାୁ ୧୦୩ଜଣ, ମୟୁରଭଞ୍ଜ ଜିଲ୍ଲାରୁ ୬୦୪ଜଣ, ନୂଆପଡ଼ା ଜିଲ୍ଲାରୁ ୬୪ଜଣ, ପୁରୀ ଜିଲ୍ଲାରୁ ୪୫୬ଜଣ, ରାୟଗଡ଼ା ଜିଲ୍ଲାରୁ ୧୫୬ଜଣ, କନ୍ଧମାଳ ଜିଲ୍ଲାରୁ ୭୭ଜଣ, କେନ୍ଦ୍ରାପଡ଼ା ଜିଲ୍ଲାରୁ ୩୨୩ଜଣ, କେନ୍ଦୁଝର ଜିଲ୍ଲାରୁ ୧୭୬ଜଣ, ସମ୍ବଲପୁର ଜିଲ୍ଲାରୁ ୩୧୯ଜଣ, ସୋନପୁର ଜିଲ୍ଲାରୁ ୨୩୧ଜଣ, ସୁନ୍ଦରଗଡ଼ ଜିଲ୍ଲାରୁ ୫୧୨ଜଣ, ଷ୍ଟେଟ୍‌ ପୁଲ୍‌ରୁ ୨୧୭ଜଣ ରହିଛନ୍ତି ।