Odia News Portal

ରାଜ୍ୟରେ କମୁଛି ସଂକ୍ରମଣ: ଆଜି ୭୧୮୮ ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ କମିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୭୧୮୮ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୭୪୭୧୪୩ରେ ପହଞ୍ଚିଛି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୩୧୬୨ ଜଣ ସ୍ଥାନୀୟ ବାସିନ୍ଦା ରହିଥିବା ବେଳେ ୪୦୨୬ ଜଣ କ୍ବାରେଣ୍ଟାଇନ୍‌ରେ ରହିଛନ୍ତି ।

ଆଜି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ୧୧୩୪ଜଣ, ଅନୁଗୁଳ ଜିଲ୍ଲାରୁ ୫୧୫ଜଣ, ବୌଦ୍ଧ ଜିଲ୍ଲାରୁ ୨୫୭ଜଣ, କଟକ ଜିଲ୍ଲାରୁ ୬୯୦ଜଣ, ଦେଓଗଡ଼ ଜିଲ୍ଲାରୁ ୬୧ଜଣ,ବାଲେଶ୍ୱର ଜିଲ୍ଲାରୁ ୧୦୩ଜଣ, ବରଗଡ଼ ଜିଲ୍ଲାରୁ ୨୭୧ଜଣ, ଭ୍ରଦକ ଜିଲ୍ଲାରୁ ୮୯ଜଣ, ବଲାଙ୍ଗୀର ଜିଲ୍ଲାରୁ ୯୩ଜଣ, ଢେଙ୍କାନାଳ ଜିଲ୍ଲାରୁ ୨୫୫ଜଣ, କଳାହାଣ୍ଡି ଜିଲ୍ଲାରୁ ୧୭୭ଜଣ, କନ୍ଧମାଳ ଜିଲ୍ଲାରୁ ୫୪ଜଣ, କେନ୍ଦ୍ରାପଡ଼ା ଜିଲ୍ଲାରୁ ୭୫ଜଣ, ଗଜପତି ଜିଲ୍ଲାରୁ ୧୦୬ଜଣ, ଗଞ୍ଜାମ ଜିଲ୍ଲାରୁ ୧୬୩ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ସେହିଭଳି ଜଗତସିଂହପୁର ଜିଲ୍ଲାରୁ ୧୫୪ଜଣ, ଯାଜପୁର ଜିଲ୍ଲାରୁ ୪୦୬ଜଣ, ଝାରସୁଗୁଡ଼ା ଜିଲ୍ଲାରୁ ୧୧୪ଜଣ, କେନ୍ଦୁଝର ଜିଲ୍ଲାରୁ ୫୭ଜଣ, କୋରାପୁଟ ଜିଲ୍ଲାରୁ ୨୦୨ଜଣ, ମାଲକାନଗିରି ଜିଲ୍ଲାରୁ ୯୨ଜଣ, ମୟୁରଭଞ୍ଜ ଜିଲ୍ଲାରୁ ୩୨୦ଜଣ, ନବରଙ୍ଗପୁର ଜିଲ୍ଲାରୁ ୨୧୬ଜଣ, ନୟାଗଡ଼ ଜିଲ୍ଲାରୁ ୨୪୨ଜଣ, ନୂଆପଡ଼ା ଜିଲ୍ଲାରୁ ୬୨ଜଣ, ପୁରୀ ଜିଲ୍ଲାରୁ ୪୫୭ଜଣ, ରାୟଗଡ଼ା ଜିଲ୍ଲାରୁ ୧୬୫ଜଣ, ସମ୍ବଲପୁର ଜିଲ୍ଲାରୁ ୧୨୦ଜଣ, ସୋନପୁର ଜିଲ୍ଲାରୁ ୧୨୯ଜଣ, ସୁନ୍ଦରଗଡ଼ ଜିଲ୍ଲାରୁ ୧୭୨ଜଣ, ଷ୍ଟେଟ୍‌ ପୁଲ୍‌ରୁ ୨୩୭ଜଣ ରହିଛନ୍ତି ।