Odia News Portal

ରାଜ୍ୟରେ ବଢ଼ିଲା ସଂକ୍ରମଣ: ୯୫୪୧ ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଧିରେ ଧିରେ କମିବାରେ ଲାଗିଛି ସଂକ୍ରମଣ ।ଗୁରୁବାର ରାଜ୍ୟରେ ପଜିଟିଭ ସଂଖ୍ୟା କମିଥିବା ସମୟରେ ଶୁକ୍ରବାର ପୁନିବଢ଼ିଛି ସଂକ୍ରମିତଙ୍କ ସଂଖ୍ୟା । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୯୫୪୧ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୭୫୬୬୮୪ ରେ ପହଞ୍ଚିଛି । ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ୪୧୯୮ ଜଣ ସ୍ଥାନୀୟ ବାସିନ୍ଦା ରହିଥିବା ବେଳେ ୫୩୪୩ ଜଣ କ୍ବାରେଣ୍ଟାଇନ୍‌ରେ ରହିଛନ୍ତି ।

ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ୧୩୪୨ଜଣ, ଅନୁଗୁଳ ଜିଲ୍ଲାରୁ ୫୬୨ଜଣ, ବଲାଙ୍ଗୀର ଜିଲ୍ଲାରୁ ୧୦୧ଜଣ, ବୌଦ୍ଧ ଜିଲ୍ଲାରୁ ୧୭୭ଜଣ, କଟକ ଜିଲ୍ଲାରୁ ୭୧୬ଜଣ, ଦେଓଗଡ଼ ଜିଲ୍ଲାରୁ ୬୧ଜଣ, ଢେଙ୍କାନାଳ ଜିଲ୍ଲାରୁ ୧୧୭ଜଣ, ଗଜପତି ଜିଲ୍ଲାରୁ ୬୯ଜଣ, ଗଞ୍ଜାମ ଜିଲ୍ଲାରୁ ୧୫୦ଜଣ, ଜଗତସିଂହପୁର ଜିଲ୍ଲାରୁ ୨୯୯ଜଣ, ଯାଜପୁର ଜିଲ୍ଲାରୁ ୪୮୯ଜଣ, ଝାରସୁଗୁଡ଼ା ଜିଲ୍ଲାରୁ ୧୪୦ଜଣ, କଳାହାଣ୍ଡି ଜିଲ୍ଲାରୁ ୩୧୫ଜଣ, କନ୍ଧମାଳ ଜିଲ୍ଲାରୁ ୧୦୭ଜଣ, ବାଲେଶ୍ୱର ଜିଲ୍ଲାରୁ ୩୦୨ଜଣ, ବରଗଡ଼ ଜିଲ୍ଲାରୁ ୨୮୪ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ସେହିଭଳି ଭଦ୍ରକ ଜିଲ୍ଲାରୁ ୪୬୪ଜଣ, କେନ୍ଦ୍ରାପଡ଼ା ଜିଲ୍ଲାରୁ ୧୧୪ଜଣ, କେନ୍ଦୁଝର ଜିଲ୍ଲାରୁ ୧୭୭ଜଣ, କୋରାପୁଟ ଜିଲ୍ଲାରୁ ୨୧୫ଜଣ, ମାଲକାନଗିରି ଜିଲ୍ଲାରୁ ୧୨୩ଜଣ, ମୟୁରଭଞ୍ଜ ଜିଲ୍ଲାରୁ ୬୯୫ଜଣ, ନବରଙ୍ଗପୁର ଜିଲ୍ଲାରୁ ୨୫୪ଜଣ, ନୟାଗଡ଼ ଜିଲ୍ଲାରୁ ୨୩୦ଜଣ, ନୂଆପଡ଼ା ଜିଲ୍ଲାରୁ ୫୦ଜଣ, ପୁରୀ ଜିଲ୍ଲାରୁ ୫୨୮ଜଣ, ରାୟଗଡ଼ା ଜିଲ୍ଲାରୁ ୧୬୪ଜଣ, ସମ୍ବଲପୁର ଜିଲ୍ଲାରୁ ୨୨୯ଜଣ, ସୋନପୁର ଜିଲ୍ଲାରୁ ୨୪୫ଜଣ, ସୁନ୍ଦରଗଡ଼ ଜିଲ୍ଲାରୁ ୫୯୫ଜଣ, ଷ୍ଟେଟ୍‌ ପୁଲ୍‌ରୁ ୨୨୭ଜଣ ରହିଛନ୍ତି ।