Odia News Portal

ହଟିବ ୧୫ ବର୍ଷରୁ ଊର୍ଦ୍ଧ୍ବ ପୁରୁଣା ଗାଡ଼ି

ଭୁବନେଶ୍ୱର : ୧୫ ବର୍ଷରୁ ଊର୍ଦ୍ଧ୍ବ ପୁରୁଣା ଗାଡ଼ି ରାସ୍ତାରୁ ହଟିବ। ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ସୋମବାର ଏହି ଗୁରୁତ୍ବପୂର୍ଣ୍ଣ ସୂଚନା ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି ଯେ, ଏ ସମ୍ପର୍କରେ ପ୍ରଧାନମନ୍ତ୍ରୀ ଅଗଷ୍ଟ ୧୫ରେ ଘୋଷଣା କରିଛନ୍ତି। ରାଜ୍ୟର ପରିବହନ ନୀତି କେନ୍ଦ୍ର ନୀତି ଦ୍ବାରା ପରିଚାଳିତ ହୁଏ। କେନ୍ଦ୍ର ସରକାର ଏନେଇ ଯେଉଁ ନିଷ୍ପତ୍ତି ନେବେ ରାଜ୍ୟ ତାକୁ ପ୍ରଚଳନ କରିବ ବୋଲି ମନ୍ତ୍ରୀ କହିଛନ୍ତି। ଭାରତରେ କୋଟିଏ ଓ ରାଜ୍ୟରେ ଲକ୍ଷାଧିକ ୧୫ ବର୍ଷର ପୁରୁଣା ଗାଡ଼ି ରହିଛି। କେତେ ପୁରୁଣା ଗାଡ଼ି ଅଛି ଆମ ପାଖେ ତା’ର ତାଲିକା ଅଛି। ପରିବହନ ବିଭାଗ ଏଥିପାଇଁ ପ୍ରକ୍ରିୟା ଆରମ୍ଭ କରି ସାରିଛି ବୋଲି କହିଛନ୍ତି ମନ୍ତ୍ରୀ ପଦ୍ମନାଭ ବେହେରା।