Odia News Portal

୨୬ରେ ପ୍ରାର୍ଥୀପତ୍ର ଦାଖଲ କରିବେ କଂଗ୍ରେସ ଯୋଦ୍ଧା ବିଶ୍ୱକେଶନ

ପିପିଲି: ଅଜିତଙ୍କ ଦେହାନ୍ତ ପରେ ପିପିଲି ଉପନିର୍ବାଚନକୁ ନେଇ କଂଗ୍ରେସର ମଙ୍ଗ କିଏ ଧରିବ ସେ ନେଇ ଚର୍ଚ୍ଚା ଲାଗିରହିଥିଲା । ସ୍ୱର୍ଗତ ଅଜିତ୍ ମଙ୍ଗରାଜଙ୍କ ପରିବାରରୁ ପ୍ରାର୍ଥୀ କରି ଅନୁକମ୍ପା ଭୋଟ ଆଶାରେ ରହିଥିଲା ରାଜ୍ୟ କଂଗ୍ରେସ । ହେଲେ ଦିବଂଗତ ନେତା ଅଜିତ୍ ମଙ୍ଗରାଜଙ୍କ ପରିବାରରୁ ନିର୍ବାଚନ ଲଢିବାକୁ କେହି ରାଜି ହେଲେ ନାହିଁ । ଏନେଇ ଅନୁକମ୍ପାର ପ୍ଲାନ ଏ ଫେଲ ମାରିଥିବା କହିଥିଲେ ପିପିଲି ଉପନିର୍ବାଚନ ପାଇଁ କଂଗ୍ରେସ ପ୍ରାର୍ଥୀ ଚୟନ କମିଟିର ଅଧ୍ୟକ୍ଷ ପ୍ରଦୀପ ମାଝୀ ।

ଏପଟେ ଦୁଇ ଦୁଇ ଥର ଉପନିର୍ବାଚନ ତାରିଖ ବଦଳୁ ଥିବା ବେଳେ କଂଗ୍ରେସ ପାଇଁ ଏପ୍ରିଲ ୨୬ ତାରିଖ ରହିଛି ନୃତନ ପ୍ରାର୍ଥୀଙ୍କ ନାମାଙ୍କନ ଦାଖଲର ଶେଷ ତାରିଖ । ସେଥିପାଇଁ ରାଜ୍ୟ କଂଗ୍ରେସ ଭବନ ରେ ଚାଲିଥିଲା ଜୋରଦାର ମାନସ ମନ୍ଥନ । ଠିକ୍ ଏତିକି ବେଳେ ପୁଣି ଡେଲାଙ୍ଗ ଅଞ୍ଚଳରୁ ପ୍ରାର୍ଥୀ କରିଛି ଦଳ । ବୃତ୍ତିରେ ଆଇନଜୀବି ଥିବା ଡେଲାଙ୍ଗ ଅଞ୍ଚଳର ବିଶ୍ବକେଶନ ହରିଚନ୍ଦନ ମହାପାତ୍ରଙ୍କୁ ଦଳ ଧରାଇଛି ହାତ ଚିହ୍ନ । ତେବେ କଂଗ୍ରେସ ପ୍ରାର୍ଥୀ ଅଜିତ୍ ମଙ୍ଗରାଜଙ୍କ ଦେହାନ୍ତ ପରେ ପୁଣି ଦଳ ବିଶ୍ଵକେଶନ ଙ୍କୁ ପିପିଲି ନିର୍ବାଚନ ମୈଇଦାନରେ ଯୋଦ୍ଧା କରିଛି । ଏଥିପାଇଁ ପ୍ରାର୍ଥି ଚୟନ କମିଟି କୁ ଧନ୍ୟବାଦ ଦେବା ସହ ଦଳ କୁ କୃତଜ୍ଞତା ଜଣାଇଥିବା ବେଳେ ଆସନ୍ତା ସୋମବାର ଦିନ ସେ ତାଙ୍କର ପ୍ରାର୍ଥୀ ପତ୍ର ଦାଖଲ କରିବେ ବୋଲି ବିଶ୍ୱକେଶନ କହିଛନ୍ତି ।