Odia News Portal

ରାଜ୍ୟସଭାରେ ଉଠିଲା ବଳକା ଚାଉଳ ପ୍ରସଙ୍ଗ

ନୂଆଦିଲ୍ଲୀ: ରାଜ୍ୟସଭାରେ ଉଠିଲା ବଳକା ଚାଉଳ ପ୍ରସଙ୍ଗ |ରାଜ୍ୟସଭାରେ ବଳକା ଚାଉଳ ପ୍ରସଙ୍ଗ ଉଠାଇଛନ୍ତି ସାଂସଦ ସସ୍ମିତ ପାତ୍ର । ଖାଦ୍ୟ ଶସ୍ୟ ଉତ୍ପାଦନରେ ଓଡିଶା ଦେଶର ଚତୁର୍ଥ ବୃହତମ ରାଜ୍ୟ । କିନ୍ତୁ ଏବେ ମଧ୍ୟ ରାଜ୍ୟରେ ଚାଉଳ ଉଠାଯାଇନାହିଁ । ତେଣୁ ବଳକା ଚାଉଳ ତୁରନ୍ତ ଉଠାଇବାକୁ ଦାବି କରିଛନ୍ତି ସାଂସଦ । ରାଜ୍ୟରେ ପ୍ରାୟ ୩୦ଲକ୍ଷ ମେଟ୍ରିକ ଟନ ଚାଉଳ ଏବେ ବଳକା ରହିଥିବା ଦାବି ଉଠାଇଲେ ସାଂସଦ ସସ୍ମିତ ପାତ୍ର ।

ସେହିପରି ସାଂସଦ କହିଛନ୍ତି, ଧାନକିଣା ସବ୍‌ସିଡି ବାବଦକୁ ୫ ହଜାର ୬୧୬ କୋଟି ଟଙ୍କା କେନ୍ଦ୍ର ସରକାରଙ୍କ ଉପରେ ବାକି ପଡ଼ିଛି । ଏବେ ପର୍ଯ୍ୟନ୍ତ ଏ ପ୍ରାପ୍ୟ ମିଳିପାରିନାହିଁ । କେନ୍ଦ୍ର ସରକାରଙ୍କ ତୁରନ୍ତ ବଳକା ଚାଉଳ ଉଠାଇବା ସହ ବାକି ପଡ଼ିଥିବା ସବ୍‌ସିଡି ଟଙ୍କା ତୁରନ୍ତ ପ୍ରଦାନ ପାଇଁ ଦାବି କରିଛନ୍ତି ସାଂସଦ ସସ୍ମିତ ପାତ୍ର । ଏହାବ୍ୟତୀତ ଖରିଫ ଋତୁରେ କେନ୍ଦ୍ର ଉଠାଇବାକୁ ଥିବା ୩୦ ଲକ୍ଷ ମେଟ୍ରିକ ଟ୍ରନ ଚାଉଳ ତୁରନ୍ତ ଉଠାନ୍ତୁ ବୋଲି ଦାବି କରିଛନ୍ତି ସସ୍ମିତ । ଏବଂ କେନ୍ଦ୍ର ଉପରେ ରହିଥିବା ବକେୟା ପ୍ରାପ୍ୟ ମଧ୍ୟ ତୁରନ୍ତ ପ୍ରଦାନ କରାଯାଉ ବୋଲି ରାଜ୍ୟସଭା ଅଧ୍ୟକ୍ଷଙ୍କୁ ଦାବି ଜଣାଇଛନ୍ତି ବିଜେଡ଼ି ସାଂସଦ ସସ୍ମିତ ପାତ୍ର ।