Odia News Portal

୯ ଦିନ ପରେ ମିଳିଲା ଗଳିତ ମୃତଦେହ

ରାୟଗଡା: ନିୟମଗିରିରେ ହତ୍ୟା । ୯ ଦିନ ପରେ ମିଳିଲା ଗଳିତ ମୃତ ଦେହ । ହତ୍ୟା ସନ୍ଦେହରେ ଦୁଇ ଜଣକୁ ଅଟକ ରଖିଛି ପୋଲିସ । ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ଥାନା ନିୟମଗିରି ପର୍ବତ ଅଞ୍ଚଳରେ ଜଣେ ଯୁବକଙ୍କୁ ନିର୍ମମ ଭାବେ ହତ୍ୟା କରା ଯାଇଥିବା ଜଣା ପଡ଼ିଛି । ମୁନିଗୁଡ଼ା ପୋଲିସ ଖବର ପାଇ ମଣ୍ଡା ଗାଁ ପାଖ ବାଘବନ୍ଧ ଝରଣା ନିକଟରୁ ଗଳିତ ଶବ ଉଦ୍ଧାର କରିଛି । ମୃତକ ଜଣକ କୁଲେରପେଟଶ ଗାଁର ଲଡ଼କି ସିକ୍କା ବୋଲି ଜଣା ପଡଛି | ଗତ ୫ ତାରିଖରେ ଏହି ଘଟଣା ଘଟିଥିବା ସନ୍ଦେହ କରାଯାଉଛି ।

୫ ତାରିଖରେ ଲଡ଼କି ଓ ଆଉ ଦୁଇ ଜଣ ନିକଟସ୍ଥ ଗୋରଠା ଗ୍ରାମକୁ କୌଣସି ଏକ ପର୍ବରେ ଯୋଗ ଦେବାକୁ ଯାଇଥିବା ବେଳେ ଲଡ଼କି ଆଉ ଘରକୁ ଫେରି ନଥିବା ଜଣାପଡ଼ିଛି l ତେବେ ଘଟଣା ସ୍ଥଳରେ ସନ୍ଧାନୀ କୁକୁର ଏବଂ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି | ତେବେ ଘଟଣା ଘଟି ପ୍ରାୟ ନଅ ଦିନ ବିତିଯାଇ ଥିବାରୁ ମୃତଦେହଟି ପ୍ରାୟ ନଷ୍ଟ ହୋଇଯାଇ ଥିବା ବେଳେ ଶବକୁ ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ମେଡ଼ିକାଲ କଲେଜ ପଠା ଯାଇଛି । ଅନ୍ୟପଟେ ଘଟଣା ରହସ୍ୟ ଘେରରେ ଥିବା ବେଳେ ପୋଲିସ ଏହି ଘଟଣାରେ ଦୁଇଜଣଙ୍କୁ ଅଟକ ରଖିଛି ।