Odia News Portal

ଭାରତୀୟ ରଗବି ଦଳରେ ୩ ଓଡ଼ିଆ

ଭୁବନେଶ୍ୱର: ପୁଣି ଜାତୀୟ ଦଳରେ ଚମକିବେ ଓଡ଼ିଆ । ଉଜବେକିସ୍ତାନରେ ଆସନ୍ତା ୧୮ ଓ ୧୯ ତାରିଖ ଦୁଇ ଦିନ ଧରି ଆୟୋଜିତ ହେବ ଏସିଆ ରଗ୍ବୀ ୧୮ ବର୍ଷରୁ କମ୍ ବାଳିକା ସେଭେନ୍ସ ଚାମ୍ପିଅନସିପ୍ । ଏଥିପାଇଁ ଭାରତୀୟ ବାଳିକା ଦଳ ଘୋଷଣା ହୋଇଛି । ଏହି ଦଳରେ ଓଡ଼ିଶାରୁ ୩ ଜଣ ସାମିଲ ହୋଇଛନ୍ତି ।

ସେମାନେ ହେଲେ କେନ୍ଦୁଝରର ତରୁଲତା ନାଏକ ଓ ମାମା ନାଏକ ଏବଂ ବରଗଡ଼ର ନିର୍ମାଲ୍ୟ ରାଉତ ।ଭାରତୀୟ ଦଳ ଭୁବନେଶ୍ୱର କିଟ୍ ବିଶ୍ୱବିଦ୍ୟାଳୟରେ ରହି ଅଭ୍ୟାସ ଜାରି ରଖିଥିଲା । ଆଜି ଭୁବନେଶ୍ୱରରୁ ଦଳ ଦିଲ୍ଲୀ ଯାତ୍ରା କରିଛି । ଆସନ୍ତାକାଲି ଦିଲ୍ଲୀରୁ ତାସ୍କେଣ୍ଟ ଯାତ୍ରା କରିବାର କାର୍ୟ୍ୟକ୍ରମ ରହିଛି ।ଓଡ଼ିଶା ସରକାର ନିକଟରେ ରଗ୍ବୀ ଇଣ୍ଡିଆର ସହ ପ୍ରାୟୋଜକ ଭାବେ ଯୋଡ଼ି ହୋଇଛନ୍ତି ।