Odia News Portal

ବରଗଡ଼ ଗୋବିନ୍ଦପୁର ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀ ବାଲ୍ମିକୀ ପ୍ରଧାନଙ୍କ ହୃଦଘାତରେ ମୃତ୍ୟୁ

ବରଗଡ଼ ଜିଲ୍ଲାର ଗୋବିନ୍ଦପୁର ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀ ବାଲ୍ମିକୀ ପ୍ରଧାନଙ୍କ ହୃଦଘାତରେ ମୃତ୍ୟୁ । ସେ ସୂର୍ୟ୍ୟ ଚିହ୍ନରେ ନିର୍ବାଚନ ଲଢ଼ୁଥିବା ବେଳେ ଆଜି ତାଙ୍କର ମୃତ୍ୟୁ ହୋଇଛି । ଯାହାଫଳରେ ଆଗାମୀ ୨୪ ତାରିଖରେ ହେବାକୁ ଥିବା ସରପଞ୍ଚ ନିର୍ବାଚନକୁ ସ୍ଥଗିତ ରଖାଯାଇଛି।
ସୂଚନା ମୁତାବକ, ବାଲ୍ମିକୀ ପ୍ରଧାନଙ୍କ ବୟସ ୫୨ ବର୍ଷ। ସେ ପ୍ରଥମେ ଅସୁସ୍ଥତା ଅନୁଭବ କରିବାରୁ ତାଙ୍କୁ ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଉଥିଲା । ହେଲେ ବାଟରେ ତାଙ୍କର ମୃତ୍ୟୁ ଘଟିଥିଲା। ଡାକ୍ତରଖାନାରେ ପହଁଚିବା ପରେ ସେଠାରେ ଡାକ୍ତର ତାଙ୍କୁ ମୃତକ ଘୋଷଣା କରିଥିଲେ।
ଅନ୍ୟପଟେ କଟକ ସଦର ବ୍ଲକ ଯଶପଡ଼ା ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀଙ୍କ ମଧ୍ୟ ମୃତ୍ୟୁ ହୋଇଛି। ସରପଞ୍ଚ ପ୍ରାର୍ଥୀନୀ ନମିତା ବେହେରାଙ୍କ ବିଳମ୍ବିତ ରାତିରେ ମୃତ୍ୟୁ ହୋଇଥିବା ସୂଚନା ମିଳିଥିଲା । ଯଶପଡ଼ା ପଞ୍ଚାୟତରେ ସରପଞ୍ଚ ପଦ ପାଇଁ ମତଦାନ ସ୍ଥଗିତ ରହିଛି। ଅନ୍ୟ ପଦ ପାଇଁ ମତଦାନ ଜାରି ରହିଛି।