Odia News Portal

ବ୍ରେନ୍‌ ମ୍ୟାପିଂ ଟେଷ୍ଟ ପାଇଁ ଅମଙ୍ଗ ସରୋଜ

ନୟାଗଡ଼: ବହୁଚର୍ଚ୍ଚିତ ପରୀ ହତ୍ୟା ମାମଲାରେ ଅଭିଯୁକ୍ତ ନାବାଳକର ବ୍ରେନ୍‌ ମ୍ୟାପିଂ ପାଇଁ ଅମଙ୍ଗ | ଆଜି ଏସ୍‌ଆଇଟିର ବ୍ରେନ୍‌ ମ୍ୟାପିଂ ଆବେଦନ ଉପରେ ଶୁଣାଣି ହୋଇଥିଲା । ଅଭିଯୁକ୍ତକୁ ଅନୁଗୁଳସ୍ଥିତ ବାଳସୁଧାର ଗୃହରୁ ଅଣାଯାଇ ଜୁଭେନାଇଲ୍‌ ଜଷ୍ଟିସ୍‌ ବୋର୍ଡ(ଜେଜେବି)ରେ ହାଜର କରାଯାଇଥିଲା । ତେବେ ବ୍ରେନ୍‌ ମ୍ୟାପିଂ ନିମନ୍ତେ ମନା କରିଥିଲା ଅଭିଯୁକ୍ତ ସରୋଜ ସେଠୀ | ତେବେ ପୂର୍ବରୁ ନାର୍କୋ ଆନାଲିସିସ୍‌ ଟେଷ୍ଟ ପାଇଁ ମଧ୍ୟ ଅମଙ୍ଗ ହୋଇଥିଲା ନାବାଳକ ଅଭିଯୁକ୍ତ |

ସୂଚନାନୁଯାୟୀ, ଜୁଭେନାଇଲ୍‌ ଜଷ୍ଟିସ୍‌ ବୋର୍ଡ ପୂର୍ବରୁ ଅଭିଯୁକ୍ତ ନାବାଳକର ନାର୍କୋ ଆନାଲିସିସ୍‌ ଟେଷ୍ଟ ପାଇଁ ଅନୁମତି ଦେଇନଥିଲେ। ଅଧିକ ପ୍ରମାଣ ଯୋଗାଡ଼ ପାଇଁ ଏହି ଟେଷ୍ଟ ନିମନ୍ତେ କ୍ରାଇମବ୍ରାଞ୍ଚ୍‌ ଏସ୍‌ଆଇଟି ଆବେଦନ କରିଥିଲା । ଏହି ଟେଷ୍ଟ ଦେବାପାଇଁ ଅଭିଯୁକ୍ତ ମନା କରିବାରୁ ଜୁଭେନାଇଲ୍‌ ଜଷ୍ଟିସ୍‌ ବୋର୍ଡ ନାର୍କୋ ଆନାଲିସିସ୍‌ ଟେଷ୍ଟକୁ ଅନୁମତି ଦେଇନଥିଲେ । ଏହା ପରେ ଅଭିଯୁକ୍ତର ବ୍ରେନ୍‌ ମ୍ୟାପିଂ ପାଇଁ ଏସ୍‌ଆଇଟି ଜୁଭେନାଇଲ୍‌ ଜଷ୍ଟିସ୍‌ ବୋର୍ଡରେ ଆବେଦନ କରିଥିଲା, ଯାହାର ଶୁଣାଣି ଆଜି ହୋଇଥିଲା ।