Odia News Portal

ଟିଏମସିରେ ମିଶିଲେ, ରାଜ୍ୟସଭା ଗଲେ

କୋଲକାତା: କଗ୍ରେଂସ ଛାଡ଼ି ଟିଏମସିରେ ମିଶିଥିଲେ ସସ୍ମିତା ଦେବ । ମାସେତଳେ ଦଳରେ ମିଶିଥିବା ସସ୍ମିତାଙ୍କୁ ବଡ଼ ଉପହାର ଦେଇଛି ଟିଏମସି । ଆଜି ତାଙ୍କୁ ରାଜ୍ୟସଭା ଲାଗି ମନୋନୀତ କରିଛି । ଆସାମର ସିଲଚରର ପୂର୍ବତନ ସାଂସଦ ରହିଥିବା ସୁସ୍ମିତାଙ୍କୁ ରାଜ୍ୟସଭା ପଠାଯାଇଥିବା ନେଇ ଟିଏମସି ପକ୍ଷରୁ ଟ୍ୱିଟ କରାଯାଇଛି । ସଂସଦର ଉପର ସଦନକୁ ସୁସ୍ମିତାଙ୍କୁ ପଠାଇ ଆମେ ଅତ୍ୟନ୍ତ ଖୁସି ବୋଲି ଟିଏମସି ଟ୍ୱିଟ୍ଟର ହ୍ୟାଣ୍ଡେଲରେ କୁହାଯାଇଛି । ଟିଏମସିର ଟ୍ୱିଟ ପରେ ମମତା ବାନାର୍ଜୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ସୁସ୍ମିତା ଦେବ । ମମତାଙ୍କ ମହିଳା ସଶକ୍ତୀକରଣ ଯୋଜନାରେ ମୁଁ ଦଳରେ ସାମିଲ ହୋଇଛି । ରାଜନୀତି ଦ୍ୱାରା ସମାଜର ବିକାଶ କରିବା ଉପରେ ମୁଁ ଧ୍ୟାନ କେନ୍ଦ୍ରିତ କରିବି ବୋଲି ସୁସ୍ମିତା କହିଛନ୍ତି । ମୋ ହୃଦୟର ନିଭୃତ କୋଣରୁ ମୁଁ ମମତାଙ୍କୁ ଧନ୍ୟବାଦ ଜଣାଇବାକୁ ଚାହୁଁଛି ବୋଲି ସୁସ୍ମିତା ଟ୍ୱିଟ କରିଛନ୍ତି ।