Odia News Portal

ଧବଳେଶ୍ଵର ପୀଠରେ ୧୪୪ ଧାରା

କଟକ: ଧବଳେଶ୍ଵର ପୀଠରେ ୧୪୪ ଧାରା ଜାରି । ଆଜି ପବିତ୍ର ମକର ସଂକ୍ରାନ୍ତିରେ ଭିଡ଼କୁ ନଜରରେ ରଖି କଟକ ଧବଳେଶ୍ଵର ପୀଠରେ ୧୪୪ ଧାରା ଜାରି କରାଯାଇଛି । ମକର ସଂକ୍ରାନ୍ତିକୁ କଟକ ଜିଲ୍ଲା ଆଠଗଡର ପ୍ରସିଦ୍ଧ ଶୈବପୀଠ ବାବା ଧବଳେଶ୍ଵରଙ୍କ ପୀଠରେ ବେଶ ଧୁମ୍ ଧାମରେ ପାଳନ କରାଯାଏ । ବିଶ୍ବାସ ରହିଛି ଯେ ଆଜିର ଦିନରେ ଧବଳେଶ୍ଵରଙ୍କୁ ଦର୍ଶନ କରିବା ସହ ତାଙ୍କ ପାଖରେ ମକରଚାଉଳ ଲାଗି କଲେ ଶହେ ଜନ୍ମର ପୁଣ୍ୟ ପ୍ରାପ୍ତି ହୋଇଥାଏ । 

ପ୍ରତିବର୍ଷ ଏହି ପୀଠରେ ହଜାର ହଜାର ଶ୍ରଦ୍ଧାଳୁମାନଙ୍କ ସମାଗମ ହେବା ସହ ମହାନଦୀ ବାଲିପଠାରେ ଗୁଡି ଉଡାର ମଜା ନିଅନ୍ତି ଲୋକେ । ପ୍ରବଳ ଭକ୍ତ ସମାଗମକୁ ଦୃଷ୍ଟିରେ ରଖି କୋଭିଡ୍ ଗାଇଡ୍ ଲାଇନ୍ ପାଳନ ଅନୁସାରେ ଆଜି ଦିନକ ପାଇଁ ଧବଳେଶ୍ବର ପୀଠରେ ୧୪୪ ଧାରା ଜାରି କରଯାଇଛି । କେବଳ ପୂଜକମାନେ ପୀଠରେ ଉପସ୍ଥିତ ରହି ମନ୍ଦିରରେ ପୂଜାର୍ଚ୍ଚନା କରୁଛନ୍ତି ।