Odia News Portal

ଆଫଗାନିସ୍ତାନରେ ବୁର୍ଖା ପିନ୍ଧି ନଥିବା ମହିଳାଙ୍କୁ ହତ୍ଯା କଲେ ତାଲିବାନି

କାବୁଲ: ଦୀର୍ଘ ୨୦ ବର୍ଷ ପରେ ଆଫଗାନିସ୍ତାନରେ ତାଲିବାନର ଶାସନ। ରାଷ୍ଟ୍ରପତି ଭବନ ଉପରେ ତାଲିବାନ କବଜା କରିବା ପରେ ସେ ଦେଶ ଛାଡି ପଳାୟନ କରିଛନ୍ତି। ଆଫଗାନିସ୍ତାନର ଲୋକଙ୍କୁ ଦେଶ ଛାଡି ନଯିବାକୁ ତାଲିବାନ କହିଥିଲେ ମଧ୍ୟ ସାଧାରଣ ଜନତାଙ୍କ ଭିତ​‌ରେ ଆତଙ୍କ ଖେଳିଯାଇଛି। ଅନ୍ୟପକ୍ଷେ କାବୁଲ ବିମାନବନ୍ଦରରେ ଛାତିଥରା ଦୃଶ୍ୟ ଦେଖିବାକୁ ମିଳିଛି। ବିମାନବନ୍ଦରରେ ତାଲିବାନର ଯୋଦ୍ଧା ଦୁଇଜଣ ମହିଳାଙ୍କୁ ଗୁଳିକରି ହତ୍ୟା କରିଛନ୍ତି। ହତ୍ୟା କରିବାର କାରଣ ହେଉଛି ସେମାନେ ବୁର୍ଖା ପିନ୍ଧି ନଥିଲେ। ଏହାର ଜବାବ୍‌ରେ ଆମେରିକା ସୈନିକ ମଧ୍ୟ ପାଲଟା ଆକ୍ରମଣ କରିଥିଲା, ଯାହାଫଳରେ ବିମାନବନ୍ଦରରେ ଥିବା ଅନ୍ୟ ଲୋକମାନେ ଆତଙ୍କିତ ହୋଇଯାଇଥିଲେ। ଜୀବନ ବଞ୍ଚାଇବାକୁ ଧାଁ ଦଉଡ କରିବା ଆରମ୍ଭ କରିଦେଇଥିଲେ।ତାଲିବାନ କବଜା କରିବା ପରେ କାବୁଲ ବିମାନବନ୍ଦରରେ ଦେଶ ଛାଡିବାକୁ ଲୋକଙ୍କର ପ୍ରବଳ ଭିଡ ଦେଖିବାକୁ ମିଳିଥିଲା। ଫାୟରିଂ ପରେ ଦଳାଚକଟା ଆରମ୍ଭ ହୋଇଯାଇଥିଲା। ଏୟାରପୋର୍ଟରେ ହୋଇଥିବା ଏହି ଫାଇରିଂରେ ଲୋକମାନେ ଆହତ ହୋଇଛନ୍ତି।