Odia News Portal

ବିପିନ ରାୱତଙ୍କ ବିୟୋଗ ପରେ ନୂଆ ସିଡିଏସ କିଏ ହେବ? ଏହି ଦୌଡରେ ଆ.ର ହରିକୁମାର ଓ ନରୱାଣେ


(ନୂଆଦିଲ୍ଲୀ): ଦେଶର ପ୍ରଥମ ସିଡିଏମ ବିପିନ ରାୱତଙ୍କ ଅକାଳ ବିୟୋଗ ପରେ କିଏ ହେବ ଦ୍ୱିତୀୟ ସିଡିଏସ ତାକୁ ନେଇ ଚର୍ଚ୍ଚା ଜୋର ଧରିଛି । ସେନେଇ ପ୍ରତିକ୍ରିୟା ମଧ୍ୟ ଆରମ୍ଭ ହୋଇଯାଇଛି । ତେବେ ଏହି ଦୌଡରେ ସେନାର ମୁଖ୍ୟ ମୁକୁନ୍ଦ ନରୱଣେ ଏବଂ ନୌସେନାର ମୁଖ୍ୟ ଆର ହରିକୁମାର ରହିଛନ୍ତି । ସେନାବାହୀନର ମୁଖ୍ୟ ଜେନେରାଲ ନରୱଣେ ସବୁଠୁ ସିନିୟର । ତେଣୁ ତାଙ୍କ ଅଭିଜ୍ଞତା ଦୃଷ୍ଟିରୁ ସିଡିଏସ ହେବାର ସମ୍ଭାବନା ଅଧିକ ରହିଛି । ସିଏ ଏହି ଦୌଡରେ ଜଣେ ପ୍ରମୁଖ ପାର୍ଥୀ ଭାବେ ବିବେଚିତ ହୋଇଛନ୍ତି । ସେ ଆସନ୍ତା ବର୍ଷ ଏପ୍ରିଲରେ ଅବସର ନେବେ । ଯଦି ନରୱଣେ ନୂଆ ସିଡିଏସ୍ ହୁଅନ୍ତି ତେବେ ପ୍ରାୟ ବର୍ଷେ ପାଇଁ ସିଡିଏମ ଭାବରେ କାମ କରିବାର ସୁଯୋଗ ପାଇବେ ।

ଅନ୍ୟପକ୍ଷରେ ନୌସେନା ମୁଖ୍ୟ ଆର ହରିକୁମାର ମଧ୍ୟ ଏହି ଦୌଡରେ ରହିଛନ୍ତି । କାରଣ ଗତଥର ସେନାବାହିନୀରୁ ସିଡ଼ିଏସ ପ୍ରତିଷ୍ଠା ହୋଇଥିଲା । ତେଣୁ ଏଥର ଏହା ନୌସେନା କିମ୍ବା ବାୟୁସେନା ଠାରୁ ନୂଆ ସିଡିଏସ ହେବାର ସମ୍ଭାବନା ଅଧିକ ରହିଛି । ଦ୍ୱିତୀୟତଃ ଆର ହରିକୁମାର ନୌସେନା ମୁଖ୍ୟ ହେବା ପୂର୍ବରୁ ସିଡିଏସ୍ ଜେନେରାଲ୍ ରାୱତଙ୍କ ସହ ଡେପୁଟି ସିଡିଏସ୍ ଭାବରେ କାର୍ୟ୍ୟ କରିଛନ୍ତି । ତେଣୁ ଏହି ଅଭିଜ୍ଞତା ଦୃଷ୍ଟିରୁ ତାଙ୍କୁ ସିଡିଏସ କରାଯିବାର ସମ୍ଭାବନା ରହିଛି ।