Odia News Portal

ବିଜେପୁର ଉପନିର୍ବାଚନ ପାଇଁ ତାରିଖ ଘୋଷଣା

ନୂଆଦିଲ୍ଲୀ () ସବୁ କଳ୍ପନା ଜଳ୍ପନାର ଅନ୍ତ ହେଲା। ବିଜେପୁର ଉପନିର୍ବାଚନ ପାଇଁ ତାରିଖ ଘୋଷଣା ହେଲା । ନିର୍ବାଚନ କମିଶନ ଆଜି ଏହା ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କ ଇସ୍ତଫା ପରେ ଖାଲି ପଡିଥିବା ବିଜେପୁର ଆସନ ପାଇଁ ଅକ୍ଟୋବର 21ରେ ଭୋଟ ଗ୍ରହଣ ଓ 24ରେ ଗଣତି ହେବ । ଓଡ଼ିଶାର ବିଜେପୁର ସହ ଅରୁଣାଚଳ, ଆସାମ, ବିହାର, କର୍ଣ୍ଣାଟକ, ପଞ୍ଜାବ, ରାଜସ୍ଥାନ ଆଜି ରାଜ୍ୟର 64ଟି ଆସନ ପାଇଁ ନିର୍ବାଚନ ହେବ । ଏଥିପାଇଁ ସେପ୍ଟେମ୍ବର 23ରେ ରାଜ୍ୟ ନିର୍ବାଚନ ଅଧିକାରୀ ବିଜ୍ଞପ୍ତି ଜାରି କରୁବେ ।