Odia News Portal

ମେ ୧୯ରେ ହେବ ପାଟକୁରା ନିର୍ବାଚନ

ଭୁବନେଶ୍ବର()  ପାଟକୁରା ପାଇଁ ନୂଆ ନିର୍ବାଚନ ତାରିଖ ମେ ୧୯ତାରିଖକୁ ଧାର୍ୟ୍ୟ ହୋଇଥିବା ବେଳେ ନାମାଙ୍କନ ଦାଖଲ ପାଇଁ ମେ ୧ତାରିଖ ଧାର୍ୟ୍ୟ କରାଯାଇଛି । ମେ ୨ତାରିଖରେ ଯାଞ୍ଚ ଓ ୪ତାରିଖରେ ପ୍ରାର୍ଥୀପତ୍ର ପତ୍ୟାହାର ପାଇଁ ନିର୍ବାଚନ କମିଶନ ସୂଚୀ ଘୋଷଣା କରିଛନ୍ତି । ଏହି ତାରିଖ ଘୋଷଣା ହେବା ପରେ ଏବେ ବିଜେଡିର କିଏ ନୂଆ ପ୍ରାର୍ଥୀ ହେବ ତାକୁ ନେଇ ଅଙ୍କକଷା ଆରମ୍ଭ ହୋଇଛି ।

ଏପ୍ରିଲ ୨୯ତାରିଖ ଚତୁର୍ଥ ପର୍ୟ୍ୟାରେ କେନ୍ଦ୍ରାପଡା ଜିଲ୍ଲାର କେନ୍ଦ୍ରାପଡା ଲୋକସଭା ଅନ୍ତର୍ଗତ ପାଟକୁରା ବିଧାନସଭା ନିର୍ବାଚନମଣ୍ଡଳୀର ଭୋଟ୍ ହେବା ପାଇଁ ଧାର୍ୟ୍ୟ ହୋଇଥିଲା । ତେବେ ଗତ ୨୦ତାରିଖରେ ପାଟକୁରାର ବିଜେଡି ପ୍ରାର୍ଥୀ ବେଦପ୍ରକାଶ ଅଗ୍ରଓ୍ବାଲଙ୍କ ପରଲୋକ ହୋଇଯାଇଥିଲା । ଏହି କାରଣରୁ ନିର୍ବାଚନକୁ ସ୍ଥଗିତ କରିବାକୁ ପଡିଥିଲା ।