Odia News Portal

କରୋନା କଟକଣାକୁ ଫୁ କରି ମାଛ ଧରିଲେ ଶତାଧିକ ଲୋକ

ବୌଦ୍ଧ: କରୋନା କଟକଣାକୁ ଫୁ । ପୋଖରୀରୁ ମାଛ ଧରିଲେ ଶତାଧିକ ଲୋକ । ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଉମା ପଞ୍ଚାୟତରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ । ଗାଁ ମୁଣ୍ଡରେ ରହିଥିବା ପୋଖରୀରେ ଶତାଧିକ ଲୋକ ମାଛ ମାରୁଥିବା ବେଳେ ଖୋଲାଖୋଲି ଭାବେ କଟକଣାକୁ ଫୁ କରିଦେଇଛନ୍ତି । ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି ।

ଗାଁ ମୁଣ୍ଡରେ ରହିଥିବା ବିଶାଳ ପୋଖରୀରେ ଖରା କାରଣରୁ ପାଣି ଶୁଖିଯାଇଛି । ତେବେ ଏହି ପୋଖରୀକୁ କେହି ନିଲାମ ନେଇନଇଥିବା କାରଣରୁ ଲୋକେ ମନ ଇଛା ମାଛ ଧରୁଛନ୍ତି । ତେବେ ଆଜି ଏକା ସଙ୍ଗରେ ଶତାଧିକ ଲୋକ ମାଛ ଧରିବା ଲାଗି ପାଣିରେ ପଶିଛନ୍ତି । କିଏ ଜାଲ ତ ଆଉ କିଏ ମଶାରୀ ଧରିପୋଖରୀରେ ପଶିଥିବାର ଦୃଶ୍ୟ ନଜରକୁ ଆସିଥିଲା । ପ୍ରତିଦିନ କରୋନାରେ ଅନେକ ଲୋକଙ୍କ ମୃତ୍ୟୁ ହେଉଥିବା ଖବର ପ୍ରସାରଣ କରାଯାଉଥିବା ସୁଦ୍ଧା ଲୋକେ ଏତେ ଖାମଖିଆଲ ଭାବରେ ଏହି କଥାକୁ ନେବାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି ।