Odia News Portal

୭ଟି ସ୍ଲାବରେ ସ୍କୁଲ୍ ଫି କୋହଳ

ଭୁବନେଶ୍ବର: କୋହଳ ହେବ ସ୍କୁଲ୍ ଫି। ଏନେଇ ଗଣଶିକ୍ଷା ବିଭାଗ ପକ୍ଷରୁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି । ୨୦୨୦-୨୧ ଶିକ୍ଷାବର୍ଷ ପାଇଁ ସ୍କୁଲ ଫି କୋହଳ ହେବ। ଅନୁଦାନ ପ୍ରାପ୍ତ, ଅଣଅନୁଦାନ ପ୍ରାପ୍ତ ଓ ଘରୋଇ ସ୍କୁଲ ଫି ଛାଡ଼ କରିବେ। ୭ଟି ପର୍ଯ୍ୟାୟରେ ସ୍କୁଲ ଫି କୋହଳ କରାଯିବ ବୋଲି ବିଜ୍ଞପ୍ତିରେ ଉଲ୍ଲେଖ ଅଛି।

ବାର୍ଷିକ ୬ ହଜାରରୁ ଅଧିକ ୧୨ ହଜାରରୁ କମ୍ ଫି ଆଦାୟ ହେଉଥିଲେ ୭.୫% ଛାଡ କରିବାକୁ ବିଜ୍ଞପ୍ତିରେ ଉଲ୍ଲେଖ ଅଛି। ୧୨ ହଜାରରୁ ଊର୍ଦ୍ଧ୍ୱ ୨୪ ହଜାରରୁ କମ୍ ଥିଲେ ୧୨% ଛାଡ଼ ହେବ । ୨୪ ହଜାରରୁ ଊର୍ଦ୍ଧ୍ୱ ୪୮ ହଜାରରୁ କମ୍ ଫି ଥିଲେ ୧୫% ଛାଡ଼ ହେବ । ୪୮ ହଜାରରୁ ଅଧିକ   ୭୨ ହଜାରରୁ କମ୍ ଥିଲେ ୨୦% ଛାଡ଼ ହେବ। ୭୨ ହଜାରରୁ ଊର୍ଦ୍ଧ୍ୱ ଏକଲକ୍ଷରୁ କମ୍ ଥିଲେ ୨୫% ଛାଡ଼  ହେବ। ବାର୍ଷିକ ସ୍କୁଲ ଫି ଏକ ଲକ୍ଷରୁ ଅଧିକ ହୋଇଥିଲେ ୨୬% ଛାଡ଼ କରିବାକୁ ବିଜ୍ଞପ୍ତିରେ ଉଲ୍ଲେଖ ରହିଛି। ।

ଗଣଶିକ୍ଷା ବିଭାଗ ପକ୍ଷରୁ ଏନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି । ଏଥିରେ ସ୍ପଷ୍ଟ ଭାବେ ଉଲ୍ଲେଖ କରାଯାଇଛି ଯେ, ଘରୋଇ ସ୍କୁଲ କର୍ତ୍ତୃପକ୍ଷ, ରାଜ୍ୟ ସରକାର, ଓଡିଶା ଅଭିଭାବକ ମହାସଂଘ ସମେତ ୧୪ଟି ପକ୍ଷ ମଧ୍ୟରେ ହୋଇଥିବା ଚୁକ୍ତିକୁ କାର୍ଯ୍ୟକାରୀ କରାଯିବ । ୭ ତାରିଖରେ ଏ ସମ୍ପର୍କିତ ମାମଲାର ଶୁଣାଣି କରି ଗତ ୧୦ ତାରିଖରେ ରାୟ ପ୍ରକାଶ କରିଥିଲେ ହାଇକୋର୍ଟ । ଏଥିରେ ରାଜ୍ୟ ସରକାର ହିଁ ସ୍କୁଲ ଫି ପ୍ରସଙ୍ଗରେ ନିଷ୍ପତ୍ତି ନେବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ । ତେଣୁ ୭ଟି ସ୍ଲାବରେ ସ୍କୁଲ ଫି ଛାଡ କରିବାକୁ କୁହାଯାଇଛି ।