Odia News Portal

ଆରମ୍ଭ ହେଲା ପ୍ରି-ୱେଡିଂ ଫେଷ୍ଟିଭାଲ


ଏବେ ବଲିଉଡ ଇଣ୍ଡଷ୍ଟ୍ରିରେ ଫିଲ୍ମ ଷ୍ଟାରଙ୍କ ଠାରୁ ଆରମ୍ଭ କରିକି ସିରିଏଲ ଷ୍ଟାର ପର୍ଯ୍ୟନ୍ତ ସମସ୍ତେ ବିବାହ କରୁଛନ୍ତି । ସବୁ ବଡ ବଡ ସେଲିବ୍ରିଟି ଏବେ ହାତ କୁ ଦି ହାତ ହେଉଛନ୍ତି ।ରାଜକୁମାର ରାଓଙ୍କ ଠାରୁ ଆରମ୍ଭ କରି କ୍ୟାଟ୍ରିନା କୈଫ୍, ଭିକ୍କି କୌଶଲଙ୍କ ପରେ ଟେଲି ଦୁନିଆର ଶ୍ରଦ୍ଧା ଆଉ ଅନେକ ଏବେ ଏହି ତାଲିକାରେ ଯୋଡ଼ି ହୋଇଛନ୍ତି । ହେଲେ ଏବେ ଟିଭି ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେ ମଧ୍ୟ ଏହି ତାଲିକାରେ ସାମିଲ୍ ହୋଇ ସାରିଛନ୍ତି ।

କିଛି ଦିନ ହେଲା ଅଙ୍କିତାଙ୍କ ବିବାହ ଖବର ଚର୍ଚ୍ଚାରେ ରହିଥିଲା। ହେଲେ କେବେ ହବ ତାହା ଜଣା ପଡିନଥିଲା । କିନ୍ତୁ ବର୍ତ୍ତମାନ ଏହି ଖବରର ସାମ୍ନାକୁ ଆସିଛି। ଅଙ୍କିତା ଲୋଖଣ୍ଡେ ବୟଫ୍ରେଣ୍ଡ ଭିକ୍କି ଜୈନ୍କୁ ବିବାହ କରିବାକୁ ଯାଉଛନ୍ତି। ଏନେଇ ଅଙ୍କିତା ତାଙ୍କ ଇନ୍ଷ୍ଟାଗ୍ରାମ୍ ଆକାଉଣ୍ଟରେ ଏକ ସୁନ୍ଦର ଫଟୋ ସେୟାର କରିଛନ୍ତି। ଯେଉଁଥିରୁ ସ୍ପଷ୍ଟ ହୋଇଛି ଯେ ଅଙ୍କିତାଙ୍କ ବିବାହ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି।


ଅଙ୍କିତା ନିଜ ସୋସିଆଲ ମିଡିଆରେ ଶୁକ୍ରବାର ଦିନ ବୟଫ୍ରେଣ୍ଡ ଭିକି ଜୈନଙ୍କ ସହିତ ପ୍ରି ୱେଡିଂ ଫେଷ୍ଟିଭାଲରେ କିଛି ଫଟୋ ସେୟାର କରିଥିଲେ । ଫଟୋରେ ଅଙ୍କିତା ଏକ ଗ୍ରୀନ୍ ରଙ୍ଗର ଶାଢ଼ି ପିନ୍ଧିଛନ୍ତି। ଶାଢ଼ିରେ ପିଙ୍କ ଗୋଲ୍ଡେନ୍ ବର୍ଡର ମଧ୍ୟ ରହିଛି। ଅଙ୍କିତା ମୁଣ୍ଡରେ ମରାଠି ବିବାହରେ ପିନ୍ଧା ଯାଉଥିବା ଏକ ସୂତା ମଧ୍ୟ ବାନ୍ଧିଛନ୍ତି। ଏହି ଫଟୋରେ ଭିକ୍କି ଅଫ୍ ହ୍ଵାଇଟ୍ କୁର୍ତ୍ତା ସହ ଧଳା ପ୍ୟାଣ୍ଟ ପିନ୍ଧିଥିବା ନଜର ଆସିଛନ୍ତି। ଉଭୟେ ଫଟୋରେ ବେଶ୍ ଖୁସି ନଜର ଆସୁଛନ୍ତି।