Odia News Portal
Monthly Archives

February 2026

ଲାଲକିଲ୍ଲା ବିସ୍ଫୋରଣ ପଛରେ ଜୈଶ-ଏ-ମହମ୍ମଦର ହାତ, ଜାତିସଂଘ ରିପୋର୍ଟରେ ଖୁଲାସା

ଲାଲକିଲ୍ଲା ନିକଟରେ ହୋଇଥିବା ଭୟଙ୍କର ବିସ୍ଫୋରଣର ଯାଞ୍ଚରେ ଏକ ବଡ଼ ଖୁଲାସା ହୋଇଛି । ୩୭ତମ ଜାତିସଂଘ ରିପୋର୍ଟରେ ଦିଲ୍ଲୀ ଲାଲକିଲ୍ଲା ଆକ୍ରମଣରେ ଜୈଶ-ଏ-ମହମ୍ମଦର ହାତ ଥିବା ସୂଚନା ମିଳିଛି । ଗତ ବର୍ଷ ନଭେମ୍ବର ୧୦ ତାରିଖରେ ଏହି ଆକ୍ରମଣରେ ୧୫ ଜଣଙ୍କର ମୃତ୍ୟୁ ହୋଇଥିଲା । ସେତେବେଳେ ଜୈଶ…

ଆମେରିକାର ଅନେକ ଆପ୍‌କୁ ବ୍ୟାନ୍ କଲା ରୁଷ

ଆମେରିକାର ସୋସିଆଲ ମିଡିଆ ପ୍ଲାଟଫର୍ମଗୁଡ଼ିକୁ ବ୍ୟାନ୍ କରିବା ଆରମ୍ଭ କରିଛି ରୁଷ। ଟେଲିଗ୍ରାମକୁ ବ୍ୟାନ୍ କରିବା ପରେ, ରୁଷ ସରକାର ହ୍ୱାଟ୍ସଆପ୍, ୟୁଟ୍ୟୁବ୍, ଇନଷ୍ଟାଗ୍ରାମ ଓ ଫେସବୁକ୍ ଭଳି ଲୋକପ୍ରିୟ ଆମେରିକୀୟ ସୋସିଆଲ ମିଡିଆ ପ୍ଲାଟଫର୍ମଗୁଡ଼ିକୁ ବ୍ୟାନ୍ କରିଛି। ଏଣିକି ରୁଷ…

ଭାରତ ବନ୍ଦ ବେଳେ ହଟହଟା ହେଲା ବର, ଭିଡ଼ ଯୋଗୁ ମଣ୍ଡପରେ ପହଞ୍ଚିପାରୁନାହାନ୍ତି

ଭାରତ ବନ୍ଦ ବେଳେ ରୋଚକ ଦୃଶ୍ୟ । ହଟହଟା ହେଲା ବର । ସୋରରୁ ଆସିଲେ, ଭୁବନେଶ୍ବରରେ ଅଟକିଲେ । ବିବାହ ମଣ୍ଡପକୁ ଯିବା ପୂର୍ବରୁ ଜୟଦେବ ବିହାରରେ ଅଟକିଲା ବର ଗାଡି । ବାହା ହେବା ପାଇଁ ସୋରରୁ ଆସୁଥିଲେ ଖୋର୍ଦ୍ଧା । ଭାରତ ବନ୍ଦ ଯୋଗୁଁ ହଟହଟା ହେଲେ ବର ଓ ବରଯାତ୍ରୀ । ଭିଡ଼ ଯୋଗୁ ମଣ୍ଡପରେ…

ଆଇଏଏସ୍‌ ସ୍ତରରେ ପୁଣି ଅଦଳବଦଳ: ପୁନିଆଙ୍କୁ କ୍ରୀଡ଼ା, ରଶ୍ମିତାଙ୍କୁ ଏମ୍‌ଏସ୍‌ଏମ୍‌ଇ

ରାଜ୍ୟ ସରକାର ଗତ ୫ତାରିଖରେ ଆଇଏଏସ୍‌ ଅଧିକାରୀସ୍ତରରେ ବଡ଼ଧରଣର ଅଦଳବଦଳ କରିଥିବାବେଳେ ଆଜି ପୁଣି ଅଦଳବଦଳ କରିଛନ୍ତି। ଏଥିରେ ଦକ୍ଷତାବିକାଶ ଏବଂ ବୈଷୟିକ ଶିକ୍ଷା ସଚିବ ଭୂପେନ୍ଦ୍ର ସିଂହ ପୁନିଆଙ୍କୁ କ୍ରୀଡ଼ା ଓ ଯୁବ ବ୍ୟାପାର ବିଭାଗର ସଚିବ ଭାବେ ଅତିରିକ୍ତ ଦାୟିତ୍ବ ଦିଆଯାଇଛି।…

ଭାରତ ବନ୍ଦ: ୩୦ କୋଟି କର୍ମଚାରୀଙ୍କ ଧର୍ମଘଟ, ବ୍ୟାଙ୍କ-ପରିବହନ ସେବା ପ୍ରଭାବିତ ହେବା ଆଶଙ୍କା

୨୦୨୫ ମସିହାରେ କାର୍ଯ୍ୟକାରୀ ହୋଇଥିବା ଚାରୋଟି ନୂତନ ଶ୍ରମ ଆଇନ ବିରୋଧରେ ଟ୍ରେଡ୍ ୟୁନିଅନ୍ ପ୍ରତିବାଦ କରି ଗୁରୁବାର ଭାରତ ବନ୍ଦ ଡାକରା ଦେଇଛନ୍ତି। ସେମାନଙ୍କର ଅଭିଯୋଗ ଯେ, ଏହି ନୂତନ ଆଇନ ଶ୍ରମିକଙ୍କ ଅଧିକାରକୁ ଦୁର୍ବଳ କରୁଛି ଓ କମ୍ପାନିଗୁଡ଼ିକୁ କର୍ମଚାରୀମାନଙ୍କୁ ବହିଷ୍କାର କରିବାର…

ଏନ୍‌ସିପି ମିଶ୍ରଣ ଆଲୋଚନା ମଧ୍ୟରେ ମୋଦୀ ଓ ଶାହଙ୍କୁ ଭେଟିଲେ ସୁନେତ୍ରା- ପ୍ରଫୁଲ୍ଲଙ୍କ ସହିତ ସୁପ୍ରିଆ ସୁଲେଙ୍କୁ…

ଏନ୍‌ସିପିର ଦୁଇଗୋଷ୍ଠୀର ମିଶ୍ରଣ ଚର୍ଚ୍ଚା ମଧ୍ୟରେ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ସୁନେତ୍ରା ପାୱାର ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ପୃଥକ୍‌ ପୃଥକ୍‌ ଭାବେ ଭେଟିଥିଲେ। ସୁନେତ୍ରା ମହାରା‌‌ଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ ଗ୍ରହଣ…

ବନ୍ଦ ବେଳେ ଅଘଟଣ,  ଅଳ୍ପକେ ବର୍ତିଲେ ଆନ୍ଦୋଳନକାରୀ, ବ୍ରେକ ଫେଲ ହେଲା ପୁଲିସ ଗାଡି

ରାୟଗଡା ସହର ଉପକଣ୍ଠ ସ୍ଥିତ ସିରିଗୁଡା ଛକରେ ଶ୍ରମିକ ସଂଗଠନ ତରଫରୁ ଆନ୍ଦୋଳନ ଚାଲିଥିବା ବେଳେ ସେହି ରାସ୍ତାରେ ଅଟକି ଥିବା ପୁଲିସ ଗାଡିର ବ୍ରେକ ଫେଲ ହୋଇ ଯାଇ ଆନ୍ଦୋଳନକାରୀମାନଙ୍କ ଉପରକୁ ମାଡି ଯାଇଥିଲା I ସୌଭାଗ୍ୟବଶତଃ ଏହି ଅଘଟଣରେ କାହାର କିଛି କ୍ଷତି ହୋଇନଥିବା ବେଳେ…

ଫାଣ୍ଡି ଭିତରେ ବିଷ ପିଇଲେ ଚାଷୀ: ମୋବାଇଲ୍‌ରେ ରେକର୍ଡ କଲେ ପୁଲିସ କର୍ମଚାରୀ

ଜଗତପୁର ଥାନା ଅନ୍ତର୍ଗତ ପାଗା ଫାଣ୍ଡିରେ ଘଟିଛି ଅଭାବନୀୟ ଘଟଣା। ନ୍ୟାୟ ପାଇଁ ବାରମ୍ବାର ପୁଲିସର ଦ୍ବାରସ୍ଥ ହୋଇ ନିରାଶ ହେବା ପରେ ଜଣେ ଚାଷୀ ଫାଣ୍ଡି ଭିତରେ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଅନ୍ୟପଟେ ଚାଷୀଙ୍କୁ ବିଷ ପିଇବାରୁ ନିବୃତ୍ତ କରିବା ବଦଳରେ ସେହି ସମୟର ଦୃଶ୍ୟକୁ…

ଆସନ୍ତାକାଲି ‘ଭାରତ ବନ୍ଦ’, ଦେଶବ୍ୟାପୀ ହେବ ଚକା ଜାମ୍

୧୨ ଫେବୃଆରୀରେ ‘ଭାରତ ବନ୍ଦ’ । ଦେଶବ୍ୟାପୀ ହେବ ଚକା ଜାମ୍! । ଆସନ୍ତାକାଲି ଭାରତ ବନ୍ଦ ପାଇଁ କୃଷକ ଓ ଶ୍ରମିକ ସଂଘର ବଡ଼ ପ୍ରସ୍ତୁତି । କେନ୍ଦ୍ରୀୟ ଶ୍ରମିକ ସଂଗଠନ ଏବଂ ବିଭିନ୍ନ କୃଷକ ସଂଗଠନ ପକ୍ଷରୁ ଦେଶବ୍ୟାପୀ ‘ଭାରତ ବନ୍ଦ’ ଡାକରା ଦିଆଯାଇଛି। ଏହି ବିକ୍ଷୋଭ ଯୋଗୁଁ ବ୍ୟାଙ୍କିଙ୍ଗ୍…

ଭାରତ ମହାସାଗରକୁ ଖସିଲା ଯାତ୍ରୀବାହୀ ବିମାନ, ସମସ୍ତ ଯାତ୍ରୀ ଓ କ୍ରୁ ସଦସ୍ୟ ସୁରକ୍ଷିତ

ସୋମାଲିଆ ସମୁଦ୍ରରେ ଏକ ଯାତ୍ରୀବାହୀ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଯାହା ବ୍ୟାପକ ଉତ୍ତେଜନା ସୃଷ୍ଟି କରିଛି । ଏହି ଘଟଣା ସୋମାଲିଆର ରାଜଧାନୀ ମୋଗାଡିସୁରେ ଘଟିଥିବା ସୂଚନା ମିଳିଛି । ଆଡେନ୍ ଅବଦୁଲ୍ଲେ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଉଡ଼ାଣ ଭରିବାର କିଛି ମିନିଟ୍ ପରେ ଏକ ଯାତ୍ରୀବାହୀ…