ରାଜ୍ୟର ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନଗୋ ଆଜି ଆନୁଷ୍ଠାନିକ ଭାବେ କଂଗ୍ରେସରେ ସାମିଲ ହୋଇଛନ୍ତି। ରାଜଧାନୀ ଭୁବନେଶ୍ୱରସ୍ଥିତ ତମାଣ୍ଡୋ ମିନି ଷ୍ଟାଡ଼ିୟମରେ ଆୟୋଜିତ ବିଶାଳ ଜନସଭାରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଓ ରାଜ୍ୟର ବରିଷ୍ଠ ନେତାମାନଙ୍କ ଉପସ୍ଥିତିରେ ଦଳରେ ସାମିଲ ହୋଇଛନ୍ତି। ତାଙ୍କ ସହ କଳହାଣ୍ଡି ଜିଲ୍ଲାର ବିଜେପି ନେତା ଅନୀଲ ସିଂହଦେଓ ଓ ରାଜସ୍ଥାନର ପୂର୍ବତନ ବରିଷ୍ଠ ପ୍ରଶାସକ ଜେ.ସି.ମହାନ୍ତି ସାମିଲ ହୋଇଛନ୍ତି। ପଞ୍ଚାନନ ଓ ଅନୀଲଙ୍କ ମିଶ୍ରଣ ଦ୍ୱାରା କଂଗ୍ରେସ ସାଂଗଠନିକ କଳେବର ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି।
ସୂଚନାଯୋଗ୍ୟ, ଶ୍ରୀ କାନୁନଗୋ ୨୦୦୬ ମସିହାରେ ସେ ବିଜେଡି ଛାଡ଼ିଥିଲେ । ଅଣକଂଗ୍ରେସ ରାଜନୀତିର ଜଣେ ଆଗଧାଡ଼ିର ନେତା ଶ୍ରୀ କାନୁନଗୋ ପ୍ରଥମଥର ପାଇଁ ୧୯୭୭ ମସିହାରେ ଗୋବିନ୍ଦପୁର ବିଧାନସଭା ଆସନରୁ ନିର୍ବାଚିତ ହୋଇଥିଲେ। ନବୀନ ପଟ୍ଟନାୟକ ସରକାରରେ ୨୦୦୦ରୁ ୨୦୦୪ ମସିହା ପର୍ୟ୍ୟନ୍ତ ସେ ଅର୍ଥ ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ଭାବେ କାର୍ୟ୍ୟ କରିଥିଲେ। ରାହୁଲଙ୍କ ଓଡ଼ିଶା ଗସ୍ତ ସମୟରେ ଶ୍ରୀ କାନୁନଗୋ କଂଗ୍ରେସରେ ଆନୁଷ୍ଠାନିକ ଭାବେ ସାମିଲ ହେବେ ବୋଲି ‘ଓଡ଼ିଶା ରିପୋର୍ଟର’ ୪ଦିନ ପୂର୍ବରୁ ଖବର ପ୍ରସାରିତ କରିଥିଲା।
Sign in
Sign in
Recover your password.
A password will be e-mailed to you.