ଯାଜପୁର : ଯୁବ ବିଜେଡି ସଭାପତିଙ୍କୁ ବୋମାମାଡ଼ । ଯାଜପୁର ଧର୍ମଶାଳା ବ୍ଲକ ଯୁବ ବିଜେଡି ସଭାପତି ପ୍ରସନ୍ନ ରାଉତଙ୍କ ଉପରକୁ ବୋମାମାଡ଼ ହୋଇଛି । ତାଙ୍କ ଗାଡ଼ି ଉପରକୁ କିଛି ଦୁର୍ବୃତ୍ତ ବୋମାମାଡ଼ କରି ଫେରାର ହୋଇଯାଇଛନ୍ତି । ବୋମାମାଡ଼ରେ ପ୍ରସନ୍ନଙ୍କ କାର୍ର ସାମ୍ନା ପଟ କାଛ ଭାଙ୍ଗିବା ସହ ତାଙ୍କ ଡାହାଣ ହାତରେ ଆଘାତ ଲାଗିଛି । ତେବେ ପ୍ରକୃତ କାରଣ ଜଣାପଡ଼ିନଥିବା ବେଳେ ପୂର୍ବଶତ୍ରୁତାରୁ ବୋମାମାଡ଼ ହୋଇଥିବା ଜଣାପଡ଼ିଛି । ଏନେଇ ଧର୍ମଶାଳା ଥାନାରେ ଅଭିଯୋଗ ହୋଇଛି । ଅନ୍ଯପଟେ ଏହା ପୂର୍ବରୁ ୨୦୧୧ ଅଗଷ୍ଟ ୧୪ ତାରିଖରେ ମଧ୍ୟ ତାଙ୍କ ଉପରେ ବୋମାମାଡ଼ ହୋଇଥିଲା। ସେ ବାଇକ୍ରେ ଯାଉଥିବା ବେଳେ ଏହି ଆକ୍ରମଣ ହୋଇଥିଲା।