ଚଳିତବର୍ଷ ୩ ଜଣଙ୍କୁ ପ୍ରଦାନ କରାଯିବ ଦେଶର ସର୍ବୋଚ୍ଚ ବେସାମରିକ ସମ୍ମାନ ଭାରତରତ୍ନ। ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ସମେତ ବିଶିଷ୍ଟ ସଙ୍ଗୀତଜ୍ଞ ଭୂପେନ ହଜାରିକା(ମରଣୋତ୍ତର) ଓ ସମାଜବାଦୀ ନାନାଜୀ ଦେଶମୁଖଙ୍କୁ (ମରଣୋତ୍ତର) ଏହି ସମ୍ମାନ ପ୍ରଦାନ କରାଯିବ। ତିନି ବର୍ଷ ପରେ ପୁଣି ଥରେ ଏହି ସମ୍ମାନ ପ୍ରଦାନ କରାଯିବ। ଶେଷ ଥର ପାଇଁ ୨୦୧୫ରେ ଦିଆଯାଇଥିଲା ଭାରତରତ୍ନ। ପ୍ରତିଥର ଏହାକୁ ନେଇ ବିବାଦ ମୁଣ୍ଡ ଟେକିଥାଏ। ଏଥର ବି ହୋଇଛି। କିନ୍ତୁ ଏମିତି କିଛି ବ୍ୟକ୍ତିତ୍ୱ ଅଛନ୍ତି, ଯେଉଁମାନଙ୍କୁ ଭାରତରତ୍ନ ପ୍ରଦାନ କରିବାକୁ କାହିଁ କେଉଁ ବର୍ଷରୁ ଦାବି କରାଯାଉଛି। କିନ୍ତୁ ଏଯାଏଁ ମିଳି ନାହିଁ।