Odia News Portal

ପୁଣି ଅଲୋଡା ଶିଶୁ କନ୍ୟା : ମାଟି ତଳୁ ଜୀବିତ ନବଜାତ ଶିଶୁ କନ୍ୟା ଉଦ୍ଧାର

ଜୟପୁର: ପୁଣି ଅଲୋଡା ଶିଶୁ କନ୍ୟା । ଜୟପୁର ନିକଟସ୍ଥ କେବିଡିରୁ ମାଟି ତଳୁ ନବଜାତ ଶିଶୁ କନ୍ୟାକୁ ଉଦ୍ଧାର କଲେ ଗ୍ରାମବାସୀ । ଜନ୍ମ ଦେବା ପରେ କେହି ମାଟି ତଳେ ପୋତି ଦେଇଥିବା ସନ୍ଦେହ କରାଯାଉଛି । ଶିଶୁକୁ ଉଦ୍ଧାର କରି ରାବଣାଗୁଡା ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ଶିଶୁଟିର ଅବସ୍ଥାରେ ଗୁରୁତର ହେବାରୁ କୋରାପୁଟ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଘଟଣାସ୍ଥଳରେ ଚାଇଲ୍ଡ ଲାଇନ୍ ଓ ସିଡବ୍ଲୁସି କର୍ମଚାରୀ ପହଞ୍ଚି ଡାକ୍ତରଙ୍କୁ ଶିଶୁଟି ସଂପର୍କରେ ପଚାରି ବୁଝିଛନ୍ତି ।