Odia News Portal

ଆଜି ରାଜ୍ୟ କ୍ୟାବିନେଟ୍‌ ବୈଠକ

ଭୁବନେଶ୍ବର : ଆଜି ବସୁଛି ରାଜ୍ୟ କ୍ୟାବିନେଟ୍‌ ବୈଠକ। ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ସନ୍ଧ୍ୟା ୫ଟା ୩୦ରେ ବୈଠକ ବସିବ। ଏଥିରେ ପ୍ରାୟ ୧୨ଟି ପ୍ରସ୍ତାବ ଉପରେ ମୋହର ଲାଗିବାର ସମ୍ଭାବନା ରହିଛି। ପଞ୍ଚାୟତିରାଜ, ପାନୀୟ ଜଳ ବିଭାଗର ବିଭିନ୍ନ ପାନୀୟ ଜଳ ପ୍ରକଳ୍ପ ପାଇଁ ଅର୍ଥ ମଞ୍ଜୁରୀ ନିମନ୍ତେ ୫ରୁ ୬ଟି ପ୍ରସ୍ତାବ ଅନୁମୋଦନ ପାଇଁ ଆସିପାରେ। ଏହାସହିତ ହସ୍ତତନ୍ତ ଏବଂ ବୟନଶିଳ୍ପ ବିଭାଗର ଗୋଟିଏ ଓ ଓଡ଼ିଶା ସେକ୍ରେଟାରିଏଟ୍‌ ସର୍ଭିସ୍‌ କ୍ୟାଡର ସଂଶୋଧନ ଆଦି ଏଜେଣ୍ଡାରେ ସ୍ଥାନ ପାଇଛି।