Odia News Portal

ଜାମ୍ ନେଲା ଜୀବନ : ଆମ୍ବୁଲାନସ ଭିତରେ ଚାଲିଗଲା ଶିଶୁର ପ୍ରାଣ

ଭୁବନେଶ୍ବର : ଘରଠାରୁ ମାତ୍ର କିଛି ଦୂରରେ ହସ୍ପିଟାଲ୍‌। ପାଖରେ ଆମ୍ବୁଲାନ୍ସ ବି ଥିଲା। ହେଲେ ବଞ୍ଚିପାରିଲାନି ୪ ବର୍ଷର ଶିଶୁକନ୍ୟାର ଜୀବନ। ରାସ୍ତା ଜାମ୍‌ ଯୋଗୁ ଅଧାବାଟରେ ଆମ୍ବୁଲାନ୍ସ ଭିତରେ ହିଁ ଆଖି ବୁଜିଦେଲା। ଆଜି ରାଜଧାନୀରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି। ସତ୍ୟନଗର ହାଉସିଂବୋର୍ଡ ଅଞ୍ଚଳର ଜଣେ ଶିଶୁକନ୍ୟା ଖେଳୁ ଖେଳୁ ପାଣି ଟାଙ୍କିରେ ପଡ଼ିଯାଇଥିଲା।

କିଛି ସମୟ ପରେ ପରିବାର ଲୋକ ଶିଶୁକନ୍ୟାକୁ ପାଣି ଟାଙ୍କିରୁ ଅଚେତ ଅବସ୍ଥାରେ କାଢ଼ିଥିଲେ। ତୁରନ୍ତ ଆମ୍ବୁଲାନ୍ସ ଡକାଇ ନିକଟରେ ଥିବା ନୀଳାଚଳ ହସ୍ପିଟାଲକୁ ନେଉଥିଲେ। ହେଲେ ଘରଠାରୁ କିଛିବାଟ ଆସିବା ପରେ ଆମ୍ବୁଲାନ୍ସ ବିଗ୍‌ବଜାର-ମାଳିସାହି ରାସ୍ତା ନିକଟରେ ଅଟକି ଯାଇଥିଲା।