କଟକ : ଫୁଲନଖରାରୁ ଉଦ୍ଧାର ହେଲେ ୨୨ ଦାଦନ ଶ୍ରମିକ। ଛତିଶଗଡ଼ ରାୟଗଡ଼ ଅଞ୍ଚଳର ଏହି ଦାଦନ ଶ୍ରମିକମାନେ ଦୀର୍ଘଦିନ ଧରି କଟକ ଫୁଲନଖରାର ଏକ ଇଟାଭାଟିରେ କାମ କରିଆସୁଥିଲେ। ଇଟା ଭାଟି ମାଲିକ ସେମାନଙ୍କୁ ନିର୍ଯ୍ୟାତନା ଦେବା ସହ ପାରିଶ୍ରମିକ ମଧ୍ୟ ଦେଉନଥିଲେ। ଏନେଇ ଖବର ମିଳିବା ପରେ କଟକ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଶ୍ରମ କାର୍ଯ୍ୟାଳୟର ମିଳିତ ଚଢାଉ ପରେ ଏମାନଙ୍କୁ ଉଦ୍ଧାର କରାଯାଇଛି। ପରେ ଏମାନଙ୍କୁ ସୁରକ୍ଷିତ ଭାବେ ଛତିଶଗଡ଼ ପଠାଇଛି ଜିଲ୍ଲା ପ୍ରଶାସନ। ଜିଲ୍ଲା ପ୍ରଶାସନ ପକ୍ଷରୁ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ