Odia News Portal

ପାକିସ୍ତାନୀ ଚୋରଙ୍କ ମୁହଁ ଟାଣ

ପୁଲୱାମା ଆତଙ୍କବାଦୀ ହମଲା ପରେ ସବୁଆଡୁ ଏକଘରିକିଆ ହେବା ଆଶଙ୍କାରେ ପାକିସ୍ତାନ ଏକ ନୂଆ ଚାଲ ଖେଳିବା ସହିତ ଚୋରଙ୍କ ମହଁ ଟାଣ ଭଳି ଏହାର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ବକୱାସ ଆରମ୍ଭ କରିଛି । ପୁଣି ଆତଙ୍କୀ ହମଲା ଘଟଣା ଉପରେ ଦୋଷ ଛଡ଼ାଇ ଇମ୍ରାନ କହିଲେ, ପ୍ରମାଣ ନଥାଇ ପାକିସ୍ତାନ ଉପରେ ମିଥ୍ୟା ଆରୋପ ଲଗାଉଛି ଭାରତ । ଯଦି ପାକିସ୍ତାନ ଉପରେ ଭାରତ ଆକ୍ରମଣ କରେ ତେବେ ଏହାର ଜାବବ୍ ଦେବାକୁ ପ୍ରସ୍ତୁତ ଅଛି ପାକିସ୍ତାନ ବୋଲି ନାଲି ଆଖି ଦେଖାଇଛନ୍ତି ଇମ୍ରାନ୍ । ଭାରତ ସରକାରଙ୍କୁ ଜବାବ ଦେଉଛି ପୁଲୱାମାରେ ହୋଇଥିବା ଆତଙ୍କୀ ହମଲାରେ ପାକିସ୍ତାନର ସମ୍ପୃକ୍ତି ନାହିଁ ବୋଲି କହି ଦୋଷ ଛଡ଼ାଇଛନ୍ତି ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ୍ ।
ଏପରିକି ଆତଙ୍କବାଦୀ ପ୍ରସଙ୍ଗରେ ଭାରତ ସରକାରଙ୍କୁ ଜବାବ ଦେଇ ଇମ୍ରାନ୍ କହିଛନ୍ତି ଯେ, ସେ ଆଲୋଚନା କରିବାକୁ ପ୍ରସ୍ତୁତ ଅଛନ୍ତି । ଆତଙ୍କବାଦୀ କାର୍ୟ୍ୟାକଳାପର ସମସ୍ତ ଯାଞ୍ଚ କରିବାକୁ ପ୍ରସ୍ତୁତ ଅଛି ପାକିସ୍ତାନ । କାରଣ ଯୁଦ୍ଧ ଆରମ୍ଭ କରିବା ସହଜ କିନ୍ତୁ ଏହାକୁ ଶେଷ କରିବା କାହା ହାତରେ ନାହିଁ ବୋଲି କହିଛନ୍ତି ଇମ୍ରାନ୍ ।
ଗତ ୧୪ ତାରିଖ ଦିନ ଜମ୍ମୁ-କଶ୍ମୀର ପୁଲୱାମାରେ ଆତଙ୍କୀ ହମଲାରେ ୪୦ ରୁ ଉଦ୍ଧ୍ୱର୍ ସିଆରପିଏଫ ଯବାନ ସହିଦ ହୋଇଛନ୍ତି । ଯାହାକୁ ନେଇ ପାକିସ୍ତାନ ବିରୋଧରେ ଦେଶବ୍ୟାପୀ ବିରୋଧ କରାଯାଇଛି ।