ପାକିସ୍ତାନରେ ଆକ୍ରମଣ ପରେ ଭାରତୀୟ ବିଦେଶ ମନ୍ତ୍ରାଳୟ ଏନେଇ ସାମ୍ବାଦିକ ସମ୍ମିଳନୀ କରି ଆନୁଷ୍ଠନିକ ଭାବେ ଆକ୍ରମଣ କରାଯାଇଥିବା ସ୍ପଷ୍ଟ କରିଛି । ବାଲାକୋଟରେ ଥିବା ଜୈଶ-ଏ-ମହମ୍ମଦର କଂଟ୍ରୋଲ ରୁମରେ ଏହି ଆକ୍ରମଣ କରାଯାଇଥିବା କୁହାଯାଇଛି । ଭାରତୀୟ ବାୟୁସେନାର ଏହି ଆକ୍ରମଣରେ ଜୈଶର କମାଣ୍ଡର ଓ ଆତ୍ମଘାତୀ ଆତଙ୍କବାଦୀ ନିହତ ହୋଇଥିବା ସୂଚନା ଦିଆଯାଇଛି । ଗୁଇନ୍ଦା ସୂଚନାକୁ ଆଧାର କରି ଆଜି ଭୋରରୁ ଏହି ଆକ୍ରମଣ କରାଯାଇଥିବା ବିଦେଶ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି ।
ଘଂଚ ଜଙ୍ଗଲ ଭିତରେ ଥିବା ଏକ ପାହାଡ ଉପରେ ବାଲାକୋଟ କ୍ୟାମ୍ପ ଉପରେ ଏହି ଆକ୍ରମଣ କରାଯାଇଛି । ଏହା ଜୈଶର ଏକ ସବୁଠୁ ବଡ କ୍ୟାମ୍ପ ବୋଲି ସୂଚନା ମିଳିଛି । ତେବେ ଭାରତୀୟ ବାୟୁସେନାର ଏହି ଆକ୍ରମଣରେ କିପରି ସାଧାରଣ ନାଗରିକଂକୁ କୌଣସି କ୍ଷୟକ୍ଷତି ପହଂଚିବ ନାହିଁ ସେ ନେଇ ଧ୍ୟାନ ରଖାଯାଇଥିଲା । ଆଜି ଭୋର ୩ଟା୩୦ବେଳେ ପ୍ରାୟ ୨୧ମିନିଟ ଧରି ଏହି ଆକ୍ରମଣ ଚାଲିଥିଲା ।
ଏହାର ଠିକ୍ ୩ ମିନିଟ୍ ପରେ ଅର୍ଥାତ୍ ୩ଟା ୪୮ରେ ମୁଜାଫରବାଦ୍ ଲଂଚ ପ୍ୟାଡରେ ହମଲା କରିଥିଲେ ଭାରତୀୟ ସେନା । ମୁଜାଫରବାଦ ଆକ୍ରମଣର ୧୦ ମିନିଟ୍ ପରେ ୩ଟା ୫୮ ମିନିଟ୍ରେ ଚକୋଟି ଆତଙ୍କବାଦୀ ଶିବିର ଉପରେ ବମୋ ବର୍ଷା କରିଛି ବାୟୁସେନା ବିମାନ ମିରାଜ-୨୦୦୦ ।