Odia News Portal

ପାକିସ୍ତାନ ସେନାବାହିନୀରେ କେତେ ହିନ୍ଦୁ ଅଛନ୍ତି, ଜାଣନ୍ତୁ …

ପାକିସ୍ତାନରେ ସଂଖ୍ୟାଲଘୁଙ୍କୁ ସବୁ ପରୀକ୍ଷାରେ ବସିବା ପାଇଁ ଅନୁମତି ଅଛି। କିନ୍ତୁ ପାକିସ୍ତାନ ସେନା ବାହିନୀରେ ହିନ୍ଦୁ ଓ ଶିଖଙ୍କ ସଂଖ୍ୟା ଅତି ନଗଣ୍ୟ। ପାକିସ୍ତାନରେ ବର୍ତ୍ତମାନ ପ୍ରଚଳିତ ନିୟମ ଅନୁସାରେ ଇଣ୍ଟର ସର୍ଭିସେସ ସିଲେକଶନ ବୋର୍ଡ ପରୀକ୍ଷା ସବୁ ବର୍ଗର ଯୋଗ୍ୟ ପ୍ରାର୍ଥି ଦେଇପାରିବେ। କିନ୍ତୁ ୨୦୦୬ ମସିହା ପୂର୍ବରୁ ସେନାବାହିନୀରେ ମାତ୍ର ଜଣେ ହିନ୍ଦୁ ଓ ଜଣେ ଶିଖକୁ ପ୍ରବେଶ କରିବାର ସୁଯୋଗ ମିଳୁଥିଲା।

ଅପରପକ୍ଷରେ ପାକିସ୍ତାନୀ ସେନାବାହିନୀରେ ବହୁ ଇସାଇ ସୈନିକ ଅଛନ୍ତି । ୨୦୦୬ ମସିହା ସେପଟେମ୍ୱର ମାସ ୨୫ ତାରିଖରେ ପାକିସ୍ତାନୀ ନ୍ୟୁଜ ଏଜେନ୍ସୀ ଗୋଟେ ଖବର ପ୍ରକାଶିତ କରିଥିଲେ। ୬୦ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ପାକିସ୍ତାନ ସେନାବାହିନୀରେ ଜଣେ ହିନ୍ଦୁ ସୈନିକଙ୍କୁ ଭର୍ତ୍ତି କରାଯାଇଥିବା ଖବର ପ୍ରକାଶ ପାଇଥିଲା।

ଏହି ହିନ୍ଦୁ ଯୁବକଙ୍କ ନାଁ ଦାଶିସ ଥିଲା। ସେ ପାକିସ୍ତାନୀ ଆର୍ମିରେ କ୍ୟାପଟେନ୍ ଥିଲେ। ଦାଶିସ କହିଥିଲେ ଯେ ପାକିସ୍ତାନୀ ରାଷ୍ଟ୍ରପତି ଜେନରାଲ ପରଭେଜ ମୁଶରଫଙ୍କଠୁ ପାକିସ୍ତାନ ସେନାରେ ସାମିଲ ହେବା ପାଇଁ ତାଙ୍କୁ ପ୍ରେରଣା ମିଳିଥିଲା। ସେ ଏହା ମଧ୍ୟ କହିଥିଲେ ଯେ ପାକିସ୍ତାନୀ ରାଷ୍ଟ୍ରପତି ଜେନରାଲ ପରଭେଜ ମୁଶରଫ ଜଣେ ଭଲ ଲିଡର ଥିଲେ। ତାଙ୍କ ପାଖରେ ନେତା ହେବା ପାଇଁ ସବୁ ଯୋଗ୍ୟତା ଥିଲା।ପାକିସ୍ତାନ ସେନାଙ୍କ ମଧ୍ୟରେ ଆଉ ଜଣେ ମଧ୍ୟ ହିନ୍ଦୁ କ୍ୟାପଟେନ ଥିଲେ। ତାଙ୍କ ନାଁ ଅନୀଲ କୁମାର ।