ରବିବାର ଦିନ ଲୋକସଭା ନିର୍ବାଚନ ତାରିଖ ଘୋଷଣା କରିଛନ୍ତି ମୁଖ୍ୟ ନିର୍ବାଚନ ଆୟୋଗ ସୁନୀଲ ଅରୋଡା | ନିର୍ବାଚନ ତାରିଖ ନେଇ ନିର୍ବାଚନ ଆୟୋଗଙ୍କୁ ଟାର୍ଗେଟ କରିଛନ୍ତି ବିରୋଧୀ | ଏଥିରେ ପଶ୍ଚିମବଙ୍ଗ ମମତା ବାନାର୍ଜୀ ମଧ୍ୟ ପଛରେ ନାହାନ୍ତି | ସେ କହିଛନ୍ତି ଯେ, ଲୋକସଭା ନିର୍ବାଚନ ସମୟସୀମା ଜାଣିଶୁଣି ଟଣା ଯାଇଛି | ପଶ୍ଚିମବଙ୍ଗକୁ ହଇରାଣ କରିବା ପାଇଁ ବିଜେପି ସରକାର ଆଉ ଏକ ଷ୍ଟ୍ରାଇକ କରିବା ପାଇଁ ଯୋଜନା କରୁଛି | ବିଜେପି କାଙ୍କ ଉପରେ କିଭଳି ହମଲା କରିବ ତାହା ସେ କହିପାରିବେ ନାହିଁ ବୋଲି କହିଛନ୍ତି |
ସୂଚନାଯୋଗ୍ୟ ଯେ, ମମତା ଏକ ସାମ୍ବାଦିକ ସମ୍ମିଳନୀରେ କହିଥିଲେ ଯେ, କିଛି ବରିଷ୍ଠ ସାମ୍ବାଦିକ ତାଙ୍କୁ କହିଥିଲେ ଯେ, ଆଉ ଏକ ହମଲା ବା ଷ୍ଟ୍ରାଇକ କରାଯିବ | ସେ କିଭଳି ହମଲା ତାହା ସେ କହିପାରିବେ ନାହିଁ ବୋଲି କହିଛନ୍ତି | ସେଥିପାଇଁ ନିର୍ବାଚନ ପ୍ରକ୍ରିୟା ମେ ୧୯ ତାରିଖ ପର୍ୟ୍ୟନ୍ତ ଟଣା ଯାଇଛି | ସେ କହିଛନ୍ତି, “ଦୟା କରି ମୋତେ ଓଲଟା ଭାବିବେ ନାହିଁ | ନିର୍ବାଚନ ଆୟୋଗ ଭଳି ସାମ୍ବିଧାନିକ ସଂସ୍ଥା ପ୍ରତି ମୋର ବହୁତ ସମ୍ମାନ ରହିଛି | କିନ୍ତୁ ପଶ୍ଚିମବଙ୍ଗରେ ମାହୋଲ ଖରାପ କରିବ ପାଇଁ ବିଜେପି ଯୋଜନା କରୁଛି |
ପଶ୍ଚିମବଙ୍ଗରେ ୭ଟି ପର୍ୟ୍ୟାୟରେ ନିର୍ବାଚନ ହେବ | ପ୍ରଥମ ପର୍ୟ୍ୟାୟ ଭୋଟ ଏପ୍ରିଲ ୧୧ ତାରିଖରେ ହେବ ଏବଂ ଶେଷ ପର୍ୟ୍ୟାୟ ଭୋଟ ମେ ୧୯ ତାରିଖରେ | ମମତାଙ୍କ ଦଳ ରାଜ୍ୟର ସମସ୍ତ ୪୨ ଟି ଲୋକସଭା ଆସନରେ ବିଜୟୀ ହେବ ବୋଲି ମମତା ଦାବି କରି କହିଛନ୍ତି | ନିର୍ବାଚନ ପ୍ରକ୍ରିୟା ଯେତେ ଲମ୍ବା ହେଲେ ମଧ୍ୟ ତାଙ୍କର କୌଣସି ଅସୁବିଧା ନାହିଁ | କାରଣ ସମସ୍ତ ଆସନରେ ସେ ହିଁ ଜିତିବେ ବୋଲି କହିଛନ୍ତି ମମତା |