ଦର୍ଶକଙ୍କୁ ମତୁଆଲା କରିବାକୁ ମଇଦାନକୁ ଓହ୍ଲେଇବେ ମାଧୁରୀ । ଆସୁଥିବା ଫିଲ୍ମ ‘କଳଙ୍କ’ରେ ‘ତବାହ ହୋ ଗଏ’ ଗୀତରେ ତାଙ୍କର ନୃତ୍ୟକୁ ଦର୍ଶକ ଖୁବ ପସନ୍ଦ କରିଛନ୍ତି । ଅଭିନୟ ଓ ନୃତ୍ୟରେ ନିଜର ଯାଦୁ ଦେଖାଇ ସାରିଥିବା ମାଧୁରୀ ଆଗକୁ ସଙ୍ଗୀତରେ ନିଜର ଭାଗ୍ୟ ପରୀକ୍ଷା କରିବାକୁ ଯାଉଛନ୍ତି ।
ତେବେ ମାଧୁରୀ ଗାଇଥିବା ଗୀତ ରେକର୍ଡିଂ ହୋଇସାରିଛି । କିନ୍ତୁ ଫିଲ୍ମର ସୁଟିଂ ପାଇଁ ତାହାର ଗୀତଟି ରିଲିଜ ହୋଇପାରିନି । ଏହି ବର୍ଷ ସେ ଗୀତର ରିଲିଜ୍ ହେବ । ତେବେ ତାହାର କିଛିଟା ଭିଡ଼ିଓ ସୁଟିଂ ବାକି ରହିଯାଇଥିବା ମାଧୁରୀ ନିଜେ ଗଣମାଧ୍ୟମକୁ କହିଛନ୍ତି । ଏହା ଏକ ଇଂଲିସ୍ ଆଲବମ୍ । ଯେଉଁଥିରେ ୬ଟି ଗୀତ ରହିଛି ।