Odia News Portal

ଅକ୍ଟୋବର ୨୫ରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ୨୫ ତାରିଖରେ ଓଡ଼ିଶା ଆସିବେ । ଏନେଇ ସୂଚନା ମିଳିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଗସ୍ତକୁ ନେଇ ଆଜି ଏକ ବଡ଼ ବୈଠକ ବସିଥିଲା। ଏହି ବୈଠକରେ ଏନେଇ ଅଧିକ ତଥ୍ୟ ମିଳିଛି। ତାହା ଅନୁଯାୟୀ,  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜଟଣୀ ଇନ୍‌ଫୋଭ୍ୟାଲିରେ ଆର୍‌ବିଆଇର ଡାଟା ସେଣ୍ଟର୍‌ର ଉଦ୍‌ଘାଟନ କରିବେ। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ସନ୍ଧ୍ୟା ୫ଟାରେ ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିବେ। ସେଠାରୁ ହେଲିକେପ୍ଟର ଯୋଗେ ଇନ୍‌ଫୋଭ୍ୟାଲି ଯିବେ। ସେଠାରେ ଉଦଘାଟନ କାର୍ଯ୍ୟ ସାରି ସଡ଼କ ପଥରେ ଭୁବନେଶ୍ବର ଫେରିବେ ବୋଲି ଜଣାଯାଇଛି।ଏଣେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ସେ ଆସନ୍ତା ୨୮ ଓ ୨୯ରେ ରାଇରଙ୍ଗପୁର ଗସ୍ତ କରିବେ। ଏନେଇ ରାଷ୍ଟ୍ରପତି ଭବନ ପକ୍ଷରୁ ବଡ଼ ସୂଚନା ଦିଆଯାଇଛି। ରାଷ୍ଟ୍ରପତି ସଚିବାଳୟଙ୍କ ପକ୍ଷରୁ ଅକ୍ଟୋବର ୧୩ରେ ଉପ ସାମରିକ ସଚିବଙ୍କ ଚିଠି ଜାରି ହୋଇଛି। ଓଡ଼ିଶା ଏବଂ ପଶ୍ଚିମବଙ୍ଗ ମୁଖ୍ୟ ସଚିବ, ରାଜ୍ୟପାଳଙ୍କ ସଚିବ, ଡିଜିପି, ମୟୂରଭଞ୍ଜ ଜିଲ୍ଲାପାଳ,ଏସପି ଓ ପଶ୍ଚିମ ମେଦିନୀପୁର ଜିଲ୍ଲାପାଳ, ଏସପିଙ୍କୁ ଚିଠି ଯାଇଛି।