Odia News Portal

କିନ୍ନର ହେବେ ବିଗ୍ ବି

ଆଗାମୀ ଫିଲ୍ମରେ କିନ୍ନର ଚରିତ୍ରରେ ନଜର ଆସିବେ ଅମିତାଭ୍ ବଚ୍ଚନ । ୨୦୧୧ରେ ଆସିଥିବା ତାମିଲ୍ ହରର ଫିଲ୍ମ ମୁନି – ୨ : କଞ୍ଚନାର ଆସୁଛି ହିନ୍ଦି ରିମେକ୍ । ଯେଉଁଥିରେ ଅମିତାଭ୍ କଞ୍ଚନା ଚରିତ୍ରରେ ଅଭିନୟ କରିବେ । କଞ୍ଚନା ଜଣେ କିନ୍ନର ଯିଏ ନିଜ ମୃତ୍ୟୁର ନେଉଛି ପ୍ରତିଶୋଧ ।

ଏହି ଫିଲ୍ମର ଲିଡ୍ ରୋଲରେ ଅଛନ୍ତି ଅକ୍ଷୟ କୁମାର । ଯାହାଙ୍କ ଶରୀରରେ କିନ୍ନର ମହିଳାଙ୍କ ଆତ୍ମା ରହୁଛି । ନିଜ ମୃତ୍ୟୁର ପ୍ରତିଶୋଧ ହେଉଛି କଞ୍ଚନାର ମୂଳ ଲକ୍ଷ୍ୟ । ଫିଲ୍ମର ସୁଟିଂ ଆରମ୍ଭ କରିସାରିଲେଣି ଅକ୍ଷୟ କୁମାର। ତେବେ କଞ୍ଚନାର ଏହି ହିନ୍ଦି ରିମେକର ନାଁ ହେଉଛି ଲକ୍ଷ୍ମୀ । ଫିଲ୍ମର ସ୍କ୍ରିପ୍ଟରେ ମଧ୍ୟ କିଛି ପରିବର୍ତ୍ତନ ହୋଇଛି । ଅକ୍ଷୟ କୁମାରଙ୍କ ପତ୍ନୀ ଭୂମିକାରେ ନଜର ଆସିବେ କିଆରା ଆଡଭାନୀ ।