ଲୁକକୁ ନେଇ ଚର୍ଚ୍ଚାରେ ମହିଳା ପୋଲିଂ ଅଫିସର । ସୋସିଆଲ ମିିଡିଆରେ ଭାଇରାଲ ହୋଇଥିଲେ ମହିଳା ପୋଲିଂ ଅଫିସର।
ଫଟୋରେ ନଜର ଆସୁଥିବା ହଳଦିଆ ଶାଢ଼ୀ ପିନ୍ଧି ମହିଳା ପୋଲିଂ ଅଫିସର ଜଣଙ୍କ ହେଉଛନ୍ତି ଜଣେ ସରକାରି କର୍ମଚାରୀ । ତାଙ୍କ ନାମ ହେଉଛି ରୀନା ଦୁବେ । ପୋଲିଂ ସମୟରେ ତାଙ୍କ ଲୁକକୁ ନେଇ ବେଶ ଚର୍ଚ୍ଚା ହୋଇଥିଲା । ସେ ମୋହନଲାଲ ଗଞ୍ଜର ନଗରାମରେ ମତଦାନ କରାଇବା ପାଇଁ ପହଞ୍ଚିଥିଲେ ।
ଭାଇରାଲ ଫଟୋରେ ରୀନା ହଳଦିଆ ସିଫନ ଶାଢ଼ୀ ପିନ୍ଧିଥିବା ନଜର ଆସିଥିବା ବେଳେ ଏକ କଳା ରଙ୍ଗର ସନଗ୍ଲାସ ଏବଂ ହାତରେ ଏଭିଏମ୍ ମେସିନ ଧରିଥିବା ନଜର ଆସିଥିଲେ । ତାଙ୍କ ଏପରି ଭାଇରାଲ ହେବା ପରେ କିପରି ଅନୁଭୂତ ହେଉଛି ପଚରାଯିବାରୁ ସେ କହିଥିଲେ ସେ ଫଟୋ ଭାଇରାଲ ପରେ ଖୁବ ଲୋକପ୍ରିୟତା ପାଇଛନ୍ତି ।